Latest Odisha News

BREAKING NEWS

ଲାଇନବାଲାଙ୍କ ଜୀବନ ସଂଘର୍ଷକୁ ନେଇ ପରଦାକୁ ଆସୁଛି ‘ଲାଇନବାଲା’, ଜୁଲାଇରେ ରିଲିଜ୍

ଭୁବନେଶ୍ୱର: ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ ‘ଲାଇନବାଲା’। ଶ୍ରୀହରି ମୋସନ ପିକ୍ଚର୍ସ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ଲାଇନବାଲା ଜୁଲାଇ ୧୦ ତାରିଖରେ ରିଲିଜ୍ ହେବ । ତେବେ ଏହା ପୂର୍ବରୁ ଏହାର ସ୍ପେଶାଲ ସ୍କ୍ରିନିଂ ହୋଇଯାଇଛି । ପ୍ରତିଟି ଲାଇନବାଲା ହେଉଛନ୍ତି ଅନ୍ଧାରର ନାୟକ ସେମାନଙ୍କ ଦୁଃଖ କଷ୍ଟକୁ ସିନେମା ମାଧ୍ୟମରେ ଦେଖେଇବା ପାଇଁ ପ୍ରଯୋଜକ ଚେଷ୍ଟା କରିଛନ୍ତି । ବାଲେଶ୍ୱରରେ ଘଟି ଯାଇଥିବା ଏକ ନିଛକ କାହାଣୀ ଯାହା ରାଜ୍ୟର ସବୁ ସ୍ଥାନରେ ଘଟୁଛି । ଏହାର ଚିତ୍ରନାଟ୍ୟ, ସଂଳାପ ରଚନା ସହିତ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ନିରଞ୍ଜନ ବେହେରା ।

ବିଦ୍ୟୁତ ଚୋରି ଓ ସଂରକ୍ଷଣ ଦିଗରେ ସଚେତନତା ସହ ଲାଇନବାଲାଙ୍କ ଜୀବନ କାହାଣୀ ଓ ସେମାନଙ୍କ ଜୀବନର ତ୍ୟାଗର କାହାଣୀକୁ ଗୋଟିଏ ସୂତ୍ରରେ ବାନ୍ଧି ସିନେମା ମାଧ୍ୟମରେ ଦେଖାଯାଇଛି । ଏହା ଲୋକଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ ବୋଲି ପ୍ରଯୋଜକ କହିଛନ୍ତି ।

ନିର୍ଦ୍ଦେଶକ ନିରଞ୍ଜନ କହିଛନ୍ତି, ସିନେମାକୁ ବାସ୍ତବବାଦ କରିବାକୁ ଆମେ କିଛି ଥିଏଟର ଆର୍ଟିଷ୍ଟ ନେଇଛୁ । ସେମାନେ ଭଲ ଅଭିନୟ କରିଛନ୍ତି । ବୈଦ୍ୟନାଥ ଦାଶଙ୍କ ଗୀତ କୁ ସଜେଇଛନ୍ତି । ସିନେପ୍ରେମୀମାନେ ଏକ ମୌଳିକ କାହାଣୀ ସହ କିଛି ଶିକ୍ଷଣୀୟ କଥା ଏହି ସିନେମାରେ ଦେଖିବେ ।

Leave A Reply

Your email address will not be published.