Latest Odisha News

BREAKING NEWS

ଫିଲ୍ମ ଷ୍ଟାଇଲରେ ମଦ ମାଫିଆକୁ ଗୋଡ଼ାଇ ଧରିଲା ଅବକାରୀ ଟିମ୍‌

କାମାକ୍ଷନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ଥାନା ଅନ୍ତର୍ଗତ ଆଳତୁମା ଗାଁ ରାମିଆଳ ବ୍ରିଜ ନିକଟରେ ଫିଲ୍ମ ଷ୍ଟାଇଲରେ ମଦ ମାଫିଆକୁ ଗୋଡ଼ାଇ ଧରିଲା ଅବକାରୀ ଟିମ୍ । ଏଥିସହିତ ତାଙ୍କ ଠାରୁ ୬ଶହ ଲିଟର ଦେଶୀ ମଦ ଏବଂ ଗୋଟିଏ ସ୍କର୍ପିଓ ଗାଡିକୁ ଜବତ କରିଛି ଅବକାରୀ ପୋଲିସ । ଗିରଫ ମଦ ମାଫିଆ ଜଣଙ୍କ ପରଜଙ୍ଗ ଥାନା ଆମ୍ବପଳାସ ଗାଁର ମଣ୍ଟୁ ସାହୁ । ମଣ୍ଟୁ ନିଜ ସହଯୋଗୀ ସହ ଦେଶୀ ମଦ ନେଇ ସ୍କର୍ପିଓ ଗାଡ଼ିରେ ଆମ୍ବପଳାସ ଗାଁରୁ କାମାକ୍ଷାନଗର ଅଭିମୁଖେ ଯାଉଥିଲେ । ବିଶେଷ ସୂତ୍ରରୁ ଖବରପାଇ କାମାକ୍ଷାନଗର ଅବକାରୀ ପୋଲିସ ସେମାନଙ୍କ ପିଛା କରି ରାମିଆଳ ବ୍ରିଜ ନିକଟରେ କାବୁ କରିଥିଲା । ସ୍କର୍ପିଓ ଗାଡି ଭିତରୁ ୧୨ଟି ଜାର ମଧ୍ୟରେ ଥିବା ୬ଶହ ଦେଶୀ ମଦ ଜବତ କରିଥିଲା । ତେବେ ମଦ ମାଫିଆ ସହିତ ଥିବା ସହଯୋଗୀ ଜଣଙ୍କ ଚମ୍ପଟ ମାରିଥିଲେ । ଗିରଫ ମଣ୍ଟୁଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.