Latest Odisha News

ଭାଷା ଭାଗବତ : ଭବନ ଭାବନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୦ 

ଭବନ ସବୁ ଆଧୁନିକ
ଭାବନା ଅତୀତ ସ୍ତାବକ
ସଭିଏଁ ବିଶ୍ବକର୍ମାଶ୍ରୟୀ
ଅନ୍ୟ ଦେବଂକ ଚିଂତା ନାହିଁ

ବସ୍ତୁକୁ ଖଂଜିଲେ ନିର୍ମାଣ
ନିର୍ଜୀବ କାଠ ଓ ପାଷାଣ
ସ୍ଥିର, ନିଶ୍ଚଳ ଆଉ ମୌନ
ହୋଇରହଂତି ଚିରଦିନ

ଭବନେ କର୍ମଚାରୀ ଜନ
କରଂତି ବେତନ ଅର୍ଜନ
ତାହା ତାଂକର କୀର୍ତିମାନ
ନ ଥାଏ ଭିନ୍ନ ଅବଦାନ

ସ୍ବଦେଶ ଅଟ୍ଟାଳିକା ଭରା
ଲୋକମାନେ ତ ଦରମରା
ସାଧନା ବିହୁନେ ସଦନ
ଥିବା ଓ ନ ଥିବା ସମାନ

ଭାଷା ନାମରେ ଅନୁଷ୍ଠାନ
କୌଣସି କାର୍ଯ ସଂପାଦନ
ନିମଂତେ ଦିଅଂତିନି ଧ୍ୟାନ
ନ ହୁଏ ଉନ୍ନତି ବିଧାନ

ଭାଷାର ପୂର୍ବକୀର୍ତି ଗାନ
କାମରେ ମଗ୍ନ ବାଗ୍ମୀ ଜନ
ଚଳିତ ଦଶା ବିଶ୍ଳେଷଣ
ପ୍ରତି ସଂପୂର୍ଣ ଉଦାସୀନ

କେବଳ ବାର୍ତାଳାପ ବଳେ
ଭାଷାଟେ ନିରଂତର ଚଳେ
ଏପରି ଗୋଟିଏ ଦୃଷ୍ଟାଂତ
ମିଳିନାହିଁ ତ ଏ ପର୍ଯଂତ

ବହୁସ୍ତରୀୟ ବ୍ୟବହାର
ଭାଷାକୁ କରେ ମନୋହର
ହୃଦୟଂଗମ କରି ଏହି କଥା
ଭାଷାକୁ ଦେବା ଗୁଣବତ୍ତା

 

Leave A Reply

Your email address will not be published.