Latest Odisha News

ଭାଷା ଭାଗବତ : ମଣିଷ କଥାକୁହା ଜୀବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୧

ମଣିଷ କଥାକୁହା ଜୀବ
ଭାଷାକୁ କେମିତି ଛାଡ଼ିବ ?
ଭାଷା ପ୍ରକାଶ କରେ ଭାବ
ମଣିଷପଣର ଗୌରବ

ଜନମୁ ମରଣ ପର୍ଯଂତ
ବହୁ ସ୍ତରରେ ବ୍ୟବହୃତ
ହେବାରୁ ଭାଷାର ମହତ୍ତ୍ବ
ହୋଇଛି ସାଦର ସ୍ବୀକୃତ

ତଥ୍ୟ, ସୂଚନା ଆଉ ଜ୍ଞାନ
ଭାଷା ହିଁ କରିଚାଲେ ଦାନ
ତେଣୁ ଏ ଉତ୍ତମ ମାଧ୍ୟମ
କରଇ ଭାଷୀଂକୁ ସକ୍ଷମ

ଭାଷାର ରକ୍ଷଣାବେକ୍ଷଣ
ଆଡ଼କୁ ଦେଉଥିଲେ ଧ୍ୟାନ
ସଂସ୍କୃତି ହୁଏନି ବିପନ୍ନ
ଏ ସତ୍ୟ ବୁଝେ ଜନମନ

ସଂସ୍କୃତି ବଳେ ଆମ ସ୍ଥିତି
କରଇ ଇଚ୍ଛିତ ଉନ୍ନତି
କେବଳ ଲାଭ, ନାହିଁ କ୍ଷତି
ବୁଝଂତୁ ସ୍ବଭାଷୀ ସଂତତି

ବହୁସ୍ତରୀୟ ବ୍ୟବହାର
କରେ ବହୁତ ଉପକାର
ଭାଷାର ଏହି ସବୁ ଗୁଣ
କରେ ବ୍ୟକ୍ତିକୁ ସ୍ବୟଂପୂର୍ଣ

 

Leave A Reply

Your email address will not be published.