Latest Odisha News

BREAKING NEWS

ଭାଷା ଭାଗବତ : ମୂଳାକ୍ଷର, ଯୁକ୍ତାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨

ମୂଳାକ୍ଷର : କ ଖ ଗ ଘ
ଯୁକ୍ତାକ୍ଷର : ଙ୍କ ଙ୍ଖ ଙ୍ଗ ଙ୍ଘ

ପଙ୍କଜ ସଂଖ୍ୟକ ସଙ୍ଗୀତ ସଂଘର୍ଷ

ମୂଳାକ୍ଷରରୁ ଯୁକ୍ତାକ୍ଷର
ବେଶି ହେବାରୁ ବ୍ୟବହାର ।
ଆମର ଲିପିର ପ୍ରସାର
ଅଟକି ରହି ଏବେ ସ୍ଥିର।

ମୂଳାକ୍ଷରର ବ୍ୟବହାର
ବଢ଼ାଇଦେଲେ ପ୍ରତିକାର ।
ଭାଷାରେ ନିଶ୍ଚୟ ସମ୍ଭବ
ଆମେ କରିଲେ ଏବେ ହେବ।

ଯୁକ୍ତାକ୍ଷରର ପ୍ରଚଳନ
ରହିବ ନାହିଁ ଚିରଦିନ।
ମୁଦ୍ରଣ ଧାରା ଅନୁଯାୟୀ
ଲିପିର ରୂପ ନୁହେଁ ସ୍ଥାୟୀ।

ଲୁପ୍ତ ଲିପିର ପ୍ରୟୋଜନ
ନ ହେଲେ, ତାହାର ବର୍ଜନ।
କରିବା ଅଟେ ସମୀଚୀନ
ବୁଝନ୍ତୁ ସ୍ବଭାଷା ସନ୍ତାନ ।

ଅନେକ ଯୁକ୍ତାକ୍ଷର ନାହିଁ
ତା ବୋଲି ଚିନ୍ତିତ କିପାଇଁ ।
ଯୁଗାନୁସାରୀ ଲିପି ଧରି
ହେବା ଭାଷାର ରକ୍ଷାକାରୀ ।

ପରମ୍ପରା ଓ ସମ୍ଭାବନା
ଉଭୟ କରିବା କାମନା।
ମୂଳାକ୍ଷରର ବଶବର୍ତ୍ତୀ
ହେଲେ ସମ୍ଭବ ଅଗ୍ରଗତି ।

 

Comments are closed, but trackbacks and pingbacks are open.