Latest Odisha News

BREAKING NEWS

ଭାଷା ଭାଗବତ : ଶବ୍ଦାମୃତ ପାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପାରଦ ପରି ମନ ଯାର
ତାହାକୁ କଲେ ବି ପ୍ରହାର
ତାହାର ହୁଏନାହିଁ କ୍ଷତି
ବଦଳିପାରେ ସେହି ବ୍ୟକ୍ତି

ମନର ସ୍ଥିତିସ୍ଥାପକତା
ଯୋଗାଏ ତାକୁ ନିରାପତ୍ତା
ଅକ୍ଷୁଣ୍ଣ ରହେ ତା’ର ସତ୍ତା
ପାଏନି କେବେ ମନୋବ୍ୟଥା

ସଂକଳ୍ପକାରୀ ଜଣେ ବ୍ୟକ୍ତି
ବୁଝିଲେ ଅଂତର୍ଗତ ଶକ୍ତି
ବିଭ୍ରାଂତ ହୁଏନାହିଁ ମତି
ନିଶ୍ଚୟ କରେ ଅଗ୍ରଗତି

ଜିଭକୁ କରିଲେ ଆୟତ୍ତ
ବାହାରେ ଯେଉଁ ଶବ୍ଦାମୃତ
ତାହାକୁ କରିଥାଂତି ପାନ
ଭାଷାର ସୁଜ୍ଞାନୀ ସଜ୍ଜନ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Leave A Reply

Your email address will not be published.