Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସୁପକାର ସେବାରେ ନିୟୋଜିତ ସେବକମାନଙ୍କ ବିଷୟରେ ଆଲୋଚନା ଜାରି ରହିଥିବା ସମୟରେ ମନକୁ ଏକ ପ୍ରଶ୍ନ ଆସେ ଏହି ରୋଷ କାର୍ଯ୍ୟରେ କିଛି ସହଯୋଗକାରି ସେବକ ମଧ୍ୟ ନିଶ୍ଚିତ ଦରକାର । ସେମାନେ କିଏ ଓ କଣ ତାଙ୍କରି ସେବା । ଏହିକ୍ରମରେ ଆଜି ଜାଣିବା ଜଗିଆ ମହାସୁଆର ବା ରୋଷ ଅମିନଙ୍କ କଥା । ଏମାନେ ମହାସୁଆର ଗୋଷ୍ଠୀ ଅନ୍ତର୍ଭୁକ୍ତ ଅଟନ୍ତି ମୂଖ୍ୟ କାମ ହେଲା ବଡୁ ସୁଆରଙ୍କୁ ଭୋଗ ନିମନ୍ତେ କୋଠ ଭୋଗ ଜିନିଷ ଦିଅନ୍ତି । ପିଠାପଣlରେ କେତେ ଘିଅ ବ୍ୟବହୃତ ହେଲା ତାହା ତନଖି କରନ୍ତି। ମଧ୍ୟାହ୍ନ ଧୂପରେ ଘିଅ ଓ ପଣା ପଠାନ୍ତି ଥାଳିରେ ଘିଅ ପଡିଲାବେଳେ, ପଣାରେ ଛlଟ ବା ଚିନି ପଡିଲା ବେଳେ ତାହା ତଦାରଖ କରନ୍ତି । ଚୁଲି ଓ ପନ୍ତି ଭୋଗ ପାଇଁ ଗୋଳମାଳ ବିଷୟରେ ସମସ୍ତ ବିବରଣୀ ସଂଗ୍ରହ କରି ଦେଉଳକରଣଙ୍କୁ ଅବଗତ କରlନ୍ତି । ପର୍ବପର୍ବାଣୀ ତଥା ଯାନିଯାତ୍ରାରେ ଭୋଗ ପ୍ରସ୍ତୁତି ପାଇଁ ଦେଉଳକରଣଙ୍କଠାରୁ ଭୋଗ ଉଠିଆ ତାଲିକା ନେଇ ବଡୁସୁଆରଙ୍କୁ ବରାଦ କରି ପ୍ରସ୍ତୁତ କରାନ୍ତି । ସେହିପରି ମା ଲଷ୍ମୀଙ୍କ ସ୍ୱତନ୍ତ୍ର ରୋଷ ଘରେ ଭୋଗ ପ୍ରସ୍ତୁତି ସମୟରେ ଜଗନ୍ତି ଓ ସମସ୍ତ ତତ୍ତ୍ୱ ସଂଗ୍ରହ କରନ୍ତି । ବାସ୍ତବିକ ଅମିନମାନେ ଯେପରି ସମସ୍ତ ବିଷୟରେ ସଠିକ ମାପ ପ୍ରସ୍ତୁତ କରନ୍ତି । ସେହିପରି ଏହି ସେବକ “ରୋଷ ଅମିନ “ନାମର ସାର୍ଥକତା ପ୍ରତିପଦାନ କରି ପ୍ରତ୍ୟେକ ରୋଷ କାର୍ଯ୍ୟରେ ସଠିକତା ଆଣନ୍ତି ।
ଆଗାମୀ ଅଧ୍ୟାୟମାନଙ୍କରେ ଏପରି ଅନେକ ସେବକଙ୍କ ବିଷୟରେ ଜାଣିବା ଯେଉଁମାନେ ରୋଷ କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ଅଟନ୍ତି । ଯଥା:- ରୋଷ ପାଇକ ଇତ୍ୟାଦି, ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।

ଶୁଚି ପବିତ୍ର ଶାନ୍ତ ଦାନ୍ତ
ଯେ ହରି ସର୍ବ ଜୀବ ହିତ ।
ତପ ଆଚରି ଶମ ଦମେ
ପ୍ରlଣ ସଂଯମୀ ମହାଶ୍ରମେ ।
ଭଜନ୍ତି ସେ ହରି ଚରଣେ
ନିଗମ ଧର୍ମ ଆଚରଣେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.