Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ସବୁଦିନ ଛୁଟି ହେଉ !

ବହୁ ଜିନିଷ ତ ମିଳିଲାଣି ମାଗଣାରେ,
କାହିଁକି ପଢିବା ଓ ଖଟିବା ବେକାରରେ!

ସୋମବାର ଅଟେ ବଡ ପବିତ୍ର ବାର,
ଏହିଦିନ ବ୍ରତ ରଖିଲେ ହର ଦିଅନ୍ତି ବର!

ମଙ୍ଗଳବାର ମାଆ ମଙ୍ଗଳାଙ୍କର ଦିନ,
ପୂଜିଲେ କୃପା କରି ଦିଅନ୍ତି ଧନ ଜନ!

ଲାଭ ମିଳେ ବୁଧବାରେ ବୁଧେଇ ଓଷା କଲେ,
ମାଆ ତାହା କରି ମୋତେ ପରା ଜନ୍ମଦେଲେ!

ଗୁରବାର ଅଟେ ମାଆ ଲକ୍ଷ୍ମୀଙ୍କର ବାର,
ଦିଅନ୍ତି ବଢାଇ ରୋଜଗାର କାରବାର!

ଶୁକ୍ରବାର ଦିନ ଯେତେ ମୁସଲିମ୍ ଭାଇ,
ନମାଜ ପଢିଥାଆନ୍ତି ମସଜିଦ ଯାଇ!

ଶନିବାର ଶନିଦେବ ପ୍ରକଟ ହୁଅନ୍ତି,
ଯେତେ ରିଷ୍ଟ ଅସୁବିଧା ଦୂରେଇ ଦିଅନ୍ତି!

ରବିବାର ଖ୍ରୀଷ୍ଟ ଧର୍ମର ଭଉଣୀ ଭାଇନା,
ଗୀର୍ଜା ଘରକୁ ଯାଇ କରନ୍ତି ପ୍ରାର୍ଥନା!

ଆମର ତ ୟେ ଧର୍ମ ନିରପେକ୍ଷ ଦେଶ,
କାହା ମନରେ କଷ୍ଟ ଦେବା ଅଟେ ଦୋଷ!

ତେଣୁ ପ୍ରତିଦିନକୁ ଛୁଟି ଘୋଷଣା କରାଯାଉ,
ସ୍ବାଧିନତା ଉପଭୋଗର ସୁଯୋଗ ସୃଷ୍ଟି ହେଉ !

 

Comments are closed.