ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୬
ମିସେସ ଧରମହାପାତ୍ର ଭଲ ଆଡକୁ ଯାଉଥିଲେ। ଏମିତି ସମୟରେ ଜବାକୁ ସେଠାରୁ ନଆଣିଥିଲେ ବହୁତ ଭଲ ହୋଇଥାନ୍ତା … ହାତରେ ଥାଏ କଣ ସବୁ…ଭାବନା ସତ ହବ। ମୁଁ କଣ କରିପାରିବି ଆଉ।ଜବାର ମାଆ ଡାକ, ସେବା ଶୁଶ୍ରୂଷା ..ବୋହୂ ଖୋଳପା ସବୁ ମିଶି ଯେଉଁ ପ୍ରକାରେ ଚାଲିଥିଲା ସେସବୁ ଉଭେଇଗଲା ମୁହୂର୍ତ୍ତକରେ।ପୁଣି କେମିତି କୋଉଠୁ ଆରମ୍ଭ ହେବ…ଜୀବନ ସହିତ ଭୟଙ୍କର ସତ୍ୟକୁ ସାମ୍ନା କରିବା ସହଜକଥାନୁହେଁ। କାହାକୁ ନେଇ କୋଉଠି କଣ କେମିତି କରିବି ଯେ…। ଖଣ୍ଡେ ସମୟ ଏମିତି ଖେଳିଲା ବୋଲି ଓହରି ଯାଇପାରିବିନି …ଚେଷ୍ଟା କରୁଥିବି ଆଜୀବନ।
: ଏ ଜବା, କେମିତି ଥିଲାରେ ବିମାନଯାତ୍ରା
: ବହୁତ ବଢିଆ
: ଏବେ ତୁ ଏଇଠି ରହିବୁ
: ଠିକ୍ ଅଛି
:ମିଳିମିଶି କାମକଲେ ଭଲ ଲାଗିବ।ତୁ ଯେମିତି ଯାହା ଶିଖିଚୁ,କରିବୁ।ବାକି ମୁଁ ବୁଝିବି।
:ହଁ, ଆଣ୍ଟି
: ଏ ଜବା, କେମିତି ଥିଲାରେ ବିମାନଯାତ୍ରା
: ବହୁତ ବଢିଆ
: ଏବେ ତୁ ଏଇଠି ରହିବୁ
: ଠିକ୍ ଅଛି
:ମିଳିମିଶି କାମକଲେ ଭଲ ଲାଗିବ।ତୁ ଯେମିତି ଯାହା ଶିଖିଚୁ,କରିବୁ।ବାକି ମୁଁ ବୁଝିବି।
:ହଁ, ଆଣ୍ଟି
ଏଇ ଶ୍ବେତାବ୍ଜ ନର୍ସିଂହୋମକୁ ବାରମ୍ବାର ଆସୁଥିଲେ ଡକ୍ଟର ବସା ଓ ଡକ୍ଟର ଦେବିକା। ନାନାଦି ଉନ୍ନତିମୂଳକ କାମଠାରୁ ଜନସଚେତନତା କାର୍ଯ୍ୟକ୍ରମ ହେଉଥିଲା।ଡିଭାଇନ ସେଣ୍ଟର ସହ ଅନୁବନ୍ଧିତ ହୋଇ ବେଶ ସୁରୁଖୁରୁରେ ଏସବୁ କରି ହେଉଥିଲା।ଏଇ ମିଶନାରୀମାନଙ୍କ ସାହାଯ୍ୟଫଳରେ ଅନେକ ବାଧାକୁଏଡାଇ ଆଗେଇପାରୁଥିଲା ମଣିଷ।
ଜବାକୁ ମୁଁ ଚାହିଁଲି ଶିଶୁଭବନ ପଟରେ ରଖିବାକୁ। ସମସ୍ତଙ୍କସହ କଥାହୋଇ ଧାର୍ଯ୍ୟ ହେଲା ….ପୁଣି ଏକ ନୂଆ ଜୀବନ..ନବ ଉନ୍ମେଷର ବେଳ। ଝିଅଟିକୁ କେମିତି ଆଗକୁ ନେବାକୁହେବ ଉଦ୍ୟମଜାରି ରହିଲା ମୋ’ର।
ସେପଟେ ଅନେକ କାମ ମୋ’ ପାଇଁ ଅପେକ୍ଷା କରିଥିଲା। ଏଇ କେରଳରେ ରହୁ ଜବା। ମୁଁ ପୁଣି ଫେରିଲି ମୋ’ ଜାଗାକୁ। ନୂଆ ସକାଳର ନୂଆ ଶିହରଣ। ସିଷ୍ଟର ଫିଲିପାଙ୍କ ସହିତ ଆରମ୍ଭ ହେଲା ନୂଆ ଜୀବନ । କାଠର ଛୋଟ ଛୋଟ ଦୋଳିରେ ମଶାରୀ ଟଙ୍ଗାଯାଇଥିବା ସହିତ କେଡେ ସୁନ୍ଦର ବିଛଣାରେ ଶୋଇଚନ୍ତି କେତେଦିନର ଶିଶୁଠାରୁ ଦୁଇ, ତିନି ବର୍ଷର ଶିଶୁ। କେଁକାଁ ଶବ୍ଦ ହେଉଚି। ବଡ ହଲ। ଧାଡିକୁ ଧାଡି ଦୋଳି। ବୁଲେଇ ଦେଖାଇବା ସହିତ ବୁଝେଇଦେଉଥାନ୍ତି ସବୁ। ତାଙ୍କ ହିନ୍ଦୀ ଓ ଇଂରାଜୀ ଉଚ୍ଚାରଣ ଅଲଗା।କିଛି ଅବୋଧ୍ୟ କିଛି ଅସୁବିଧା ତ ହେଉଥିଲା।ତଥାପି ଚେଷ୍ଟା କରୁଥିଲି ବୁଝିବାକୁ। ଏଇ ପିଲାଙ୍କମାନଙ୍କ ପାଇଁ ଯେଉଁ କେତେଜଣ ଅଛନ୍ତି ସେମାନଙ୍କ ସହିତ ଯୋଡିହୋଇଗଲା ଜୀବନ।ଅନେକ କୁଆଁରୀ ମାଆ କ୍ଷଣଭଙ୍ଗୁର ସବୁଜାଣିବି ସମ୍ପିଦିଅନ୍ତି ନିଜକୁ ….ଲୋକଲଜ୍ଜା ଭୟରେ ଥୋଇଦିଅନ୍ତି ଡିଭାଇନ ସେଣ୍ଟର ଗେଟପାଖର ଦୋଳିରେ।ଘଣ୍ଟି ବଜେଇ ପଳେଇବାର ଦଶ ପନ୍ଦର ମିନିଟ୍ ପରେ ଖୋଲେ କବାଟ ।ସିଷ୍ଟର ସିଲିନ କି ଯେସିନ୍ତା ଆସି ଦେଖନ୍ତି ଓ କୋଳେଇ ନିଅନ୍ତି।ଲାଳନପାଳନ ଆରମ୍ଭ ହୁଏ। କେବେ କେମିତି ସହୃଦୟ ବ୍ୟକ୍ତି ଟଙ୍କା ରଖି ଯାଇଥାଆନ୍ତି। ସହଜ ହୁଏ କାମ। ସରକାରୀ ନିୟମ ଅନୁସାରେ କେହି କେହି ପୋଷ୍ୟକରି ନିଅନ୍ତି କାହାକୁ …ବାକି ସବୁ ରହନ୍ତି, ବଢନ୍ତି, ପଢନ୍ତି…।ଏମାନଙ୍କ ଭାଗ୍ୟ ଭବିତବ୍ୟକୁ କେଉଁ ଶବ୍ଦରେ ବା କହିହେବ।
ଜବାରେ ତୁ ଲାଗିଯା’ କାମରେ। ଆଉଥରେ ଗାଆ କଳାକଳେବର କହ୍ନେଇ କି ଧୋ ରେ ବାଇଆ ଧୋ….ମାଆ ନହୋଇ ମାଆ ହୋଇଯାଆ। ଜନ୍ମ ନକରି ମାଆ…ମାତୃତ୍ବ ଝରିପଡୁଥିଲା …ଆଃ ଜୀବନ !
ଗୁହ ମୂତ ସହ ଖୁଏଇବା, ପିନ୍ଧେଇବା, ଶୁଏଇବା….ଏକାସହିତ ଚାଳିଶ ପଚାଶଜଣଙ୍କୁ …ସେ ସମୟ ମିଠା .. ସତରେ ସେ ଦିବ୍ୟ ଅନୁଭବକୁ ପ୍ରକାଶ କରିହୁଏନା। ସୁନ୍ଦର ପ୍ରାର୍ଥନା ଶୁଣିବାକୁ ଭଲ ଲାଗେ। ମୁଁ ଶିଖିଥିବା ପ୍ରାର୍ଥନା ଗାଏ ଗୁଣୁଗୁଣୁ ହୋଇ।ଜବାର ଜୀବନ …ଫୁଲଟିଏ ନା କଣ୍ଟାଟିଏ…ସମାନ୍ତରାଳ ଭାବରେ ଚାଲିଚି ତ। ( କ୍ରମଶଃ )
Comments are closed.