Latest Odisha News

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୨ 

ଆଉଟ୍ ହାଉସ୍‌ର ଏକ ବଖରା ଘରେ କେତେ ଖୁସି ହେଇ ପାରୁଛନ୍ତି ଏ ଦମ୍ପତି! କାଲି ସକାଳୁ ଛୁଆଟେ ଆସିବ, ତାଙ୍କ କୋଳକୁ । ପୁରି ଉଠିବ ତାଙ୍କ ସଂସାର । ଭଗବାନ ଖୁସିରେ ରଖନ୍ତୁ ।

ଏବେ ଏବେ ସୁକାନ୍ତିକୁ ଦେଖିଲେ ବହୁତ ଆନନ୍ଦ ଲାଗେ । ବିଶେଷ କରି ତା’ ସ୍ମିତ ପେଟକୁ ଦେଖିଲେ । କିନ୍ତୁ ସବୁ ଖୁସି ଭିତରେ ବି, କେଉଁ ଦୂର ଇଲାକାରୁ ମାଡ଼ିଆସେ ଗୋଟେ ଶୂନ୍ୟତାର କରୁଣ ଗୁଞ୍ଜନ ଓ ଚତୁପାଶ୍ୱର୍ରେ ତାକୁ କବଳିତ କରିପକାଏ । ଅଜବ ଶୂନ୍ୟତା ଘେରିଯାଏ ତା’ ଚତୁର୍ଦିଗରେ । କି ଶୂନ୍ୟତା ଯେ ! ତା ପାଖରେ ଅଭାବ କ’ଣ?

‘ମା ଦେଖିଲେ,’ ତା ଅନ୍ୟମନସ୍କତାକୁ ଚହଲେଇ ଦେଇ ସୁକାନ୍ତି ଡାକିଲା ।

ଉଁଉଁ..

ଏଇ ଚେରୀକୋଳି ଗଛ ଆପଣ ବଡ଼ ଆଦରରେ ଆଣିଥିଲେ ନା..,ଦେଖନ୍ତୁ କେମିତି ଫୁଲ ଧରିଛି ।

ଖୁସି ହେଇ ଆଉଁସି ଦେଲା ଛନଛନିଆ ଚେରୀକୋଳି ଗଛକୁ ।

ତୁ ପାଣି ଦୋଉଛୁ, କୋଡା ଖୋସା କରୁଛୁ । ଆଉ ସୁର ତ ଦିନ ରାତି ଗବିଚାରେ । ଏତେ ଯତ୍ନ ନେଲେ ନେଲେ ତ’ ଯେ କେହି ବି ଛନ୍‌ଛନ୍ ହେଇ ବଢିବ, କହୁକହୁ ପୁଣି ଅନ୍ୟମନସ୍କ ହେଇପଡିଲା ଆରାଧ୍ୟା ।

ସୁକାନ୍ତି କିଛି ବୁଝିଲା ଆଉ କିଛି ଅବୁଝା ରହିଲା । ସେ ତା’ କାମରେ ମନ ଦେଲା ।

Comments are closed, but trackbacks and pingbacks are open.