ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୫
“ ଏ ଶଃଳା କଣ୍ଟ୍ରାକ୍ଟର ଆମକୁ ପାଞ୍ଚ ମାସ ହେଲା ଠିକରେ ମଜୁରୀ ଦେଉନି । କାମ ବନ୍ଦ ହବନି ? ଆଜି କାଲି କହିକି, ଗଲା ଧନ୍ଦା ଚଲେଇଛି । ଆମେ ତ’ ମୁଲ ଲାଗି ଚଳିବା ଲୋକ, ପିଲା ମାଇପ କେମିତି ପୋଷିବା ? ଘରେ ପ୍ରତିଦିନ ଝଗଡା ।”
“ଆରେ ସେ କ’ଣ କରିବ ? ତାକୁ ତ ମିଳିନି, ସେ’ ଦବ କୁଆଡୁ?
ଜାଣିନକି ସବୁ କୁହାକୁହି ହୋଉଛନ୍ତି ପରା, ଆମ ମାଲିକ କୁଆଡେ ଗୋଟେ ଟୋକି ଧରିକି ଫରେନେରେ ଯାଇ ତାରେନାରେ
କରୁଥିଲା” ।
“ହଁ ଅଁ ବଡ଼ ଲୋକ, କିଏ ଜାଣୁଛି ତା’ଙ୍କ କଥା ।”
“ଶଃଳା ବେଧୁଆମୀ କରିକି ଟଙ୍କା ଉଡେଇବେ,ମୈଜ କରିବେ, ଇଆଡେ ଆମ ମୁଲିଆ ମଜୁରିଆଙ୍କ ଛୁଆପିଲା ଭୋକରେ
ମରିବେ । ଦଇବ ସଇବନି ଶଃଳାଟାକୁା”
..ଓଃ….ଏମିତି କଥା ତା’ କାନରେ ବାଜି, ସେ ଯେତିକି ଦୁଃଖୀତ ହେଲା ତା’ ଠାରୁ ଅଧିକ ଲଜ୍ଜିତ ହେଲା ।
କମ୍ପାନୀ ଓ ସାର୍ଙ୍କ ସମ୍ମାନ ଯେ ଏମାନଙ୍କ ଆଗରେ ଏତେ ନୀଚ ସ୍ତରକୁ ଖସି ଗଲାଣି, ସେ ନିଜେ ନ’ ଶୁଣି ଥିଲେ କେବେ ବି, ବିଶ୍ୱାସ କରିନଥାନ୍ତା ।
ଭୋକରେ ଥିବା ମଣିଷ କିଛି ବି କହିବେ ।
ସମୟର ଗତି କିଛି ଅଲଗା ଦିଗକୁ ଯାଇଛି । ଧୈର୍ଯ୍ୟ ରଖିବାକୁ ହେବ । ସେ ଚୁପ୍ଚାପ୍ ଫେରି ଆସିଲା ।