ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଯେହେତୁ ମୁଁ ଆଇ ଆଇ ସି ପୋଷ୍ଟରେ ଅଛି, ମୋର ବି ଭଲ ଖାତିର । ସବୁଆଡୁ ପ୍ରେସର ପକେଇ କଥାଟାକୁ ଚାପି ଦେଲି ! ଆଇନ କାନୁନ ତା ବାଟରେ ଗଲା ମୋ କଥା ମୋ ବାଟରେ ! ନେହେଲେ ଆଜିକାଲି ମିଡିଆର ଡାହାଳ ଆଖିରୁ ଖବର ଲୁଚିବା କି ଲୁଚେଇବା……! ମୁଁ ତାକୁ ଜୀବିତ ଅବସ୍ଥାରେ କେବେ ବଞ୍ଚେଇବାକୁ ଚେଷ୍ଟା କରିନି କି ସେ ମୋତେ କେବେ ମଧ୍ୟ କହିନି । କାରଣ ସେ ଜାଣିଥିଲା ସେ ଶତକଡା ଶହେକୁ ଶହେ ଭୁଲ ଦୁଃଖ ଲାଗେ ,ତଥାପି କାହିଁକି ସେ ଅବାଟରେ ଗଲା ଆଉ ନିଜ ହାତେ ନିଜ ଜୀବନକୁ ପାଣି ଛଡେଇ ଦେଲା !!
ଯାହା ହେଉନା କାହିଁକି ମୋ ପାଇଁ ସେ ମୋର ବାପା ମାଆ ଭାଇ ସାଙ୍ଗ ସାଥୀ , ଆହା ,ସାହା ,ରାହାସବୁ କିଛି ।ତା ପାଇଁ ହିଁ ମୁଁ ଆଜି ନୂଆ ଜୀବନ ଟିଏ ପାଇଛି , ସମ୍ମାନ ପ୍ରତିପତି ପାଇଛି ! ତେଣୁ ସେ ଯାହା ବି କରେ ମୁଁ ଦେଖି ଅଣଦେଖା କରେ !ଆଜି ସେ ମୋତେ ପୁଣି ଥରେ ଏକା କରି …. କେବଳ ଝୁରିହେବା ପାଇଁ ଛାଡ଼ିଦେଇଗଲା ……!!!
ବଡ଼ ଅଦ୍ଭୁତ ଚରିତ୍ରଟେ ଥିଲା ତୁମର ସ୍ୱପ୍ନିଲ ଆଉ ମୋର ସମୟ !! ଯାହା ପାଖରେ ଥାଇ ବି ମୋ ପାଇଁ ବୁଝିବା ବୁଝେଇବା ସମ୍ଭବ ହେଲାନି ଦି’ !!!
ମୁଁ ଜାଣେ ତମେ ତା ପାଇଁ ଏବେବି ଖୁବ କଷ୍ଟ ପାଉଚ ! ତୁମ ପାଇଁ ସେ ଗୋଟାଏ ଲଞ୍ଜା ତାରା ଥିଲା ! ଅଜଣା
ଅଚିହ୍ନା ,ଅଦୃଶ୍ୟ ଯାହାକୁ ତୁମେ ଆଖିରେ ନଦେଖି ଈଶ୍ୱରଙ୍କ ରୂପ ଦେଇଥିଲ ! ଈଶ୍ୱର ଯାହା କରନ୍ତି ଆମ ମାନଙ୍କର ମଙ୍ଗଳ ପାଇଁ । ଆମକୁ ଯାହା ଦେଖା ଯାଏନି , ସେଇଠୁ ହିଁ ତାଙ୍କୁ ଦେଖାଯାଏ ! ଆଜି କଣ ହେଇଥାନ୍ତା ……ଭାବି ପାରୁନଥିବ …… ?! ତେଣୁ ଏ ରହସ୍ୟମୟ ଖାଇରୁ ଶିଘ୍ର ବାହାରିଆସ ,ମୁଁ ଆଉ ତୁମର କଷ୍ଟ ଯନ୍ତ୍ରଣା ସବୁ ଦେଖିପାରୁନି ଦି….. କହିଲା ବେଳକୁ ସାଗରର କଣ୍ଠ ରୁଦ୍ଧ ହୋଇ ଆସୁଥିଲା….!!! ଆଉ ଏପଟେ ଆସ୍ଥା ବି ସ୍ଥାଣୁ ପାଲଟି ସାରିଥିଲା……… !!!
କ୍ରମଶଃ
Comments are closed.