Latest Odisha News

BREAKING NEWS

ବିଶିଷ୍ଟ ସାହିତ୍ୟିକ ଯୁଗଳ କିଶୋର ଦତ୍ତଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା ଅନୁବାଦକ ଯୁଗଳ କିଶୋର ଦତ୍ତଙ୍କର ଶନିବାର ସକାଳେ ଭୁବନେଶ୍ୱରସ୍ଥିତ ବାସଭବନରେ ଦେହାନ୍ତ ହୋଇଛି ।

ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିବା ବେଳେ ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ସୁତ୍ରରୁ ପ୍ରକାଶ ।

ସେ ୧୯୨୮ ମସିହା ଡିସେମ୍ବର ୨୪ ତାରିଖରେ ଯାଜପୁର ଜିଲ୍ଲାର ମହେଶ୍ୱରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ତାଙ୍କର ଦୀର୍ଘ ସାହିତ୍ୟିକ ଜୀବନୀ ମଧ୍ୟରେ ସ୍ୱର୍ଗତଃ ଦତ୍ତ ବହୁ ଓଡିଆ ଏବଂ ବେଙ୍ଗଲୀ ଭାଷାଭାଷୀ ଉପନ୍ୟାସ ଗୁଡିକର ଅନୁବାଦନ କରିଥିଲେ ।

ସେ ବିମଳ ମିତ୍ରଙ୍କର ଲୋକପ୍ରିୟ ବେଙ୍ଗଲୀ ଉପନ୍ୟାସ ‘ଆସାମୀ ହାଜିର’ର ଅନୁବାଦ କରି ୧୯୯୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସେହିବର୍ଷ ବେଙ୍ଗଲୀ ଉପନ୍ୟାସ ‘ଜନ ଗଣ ମନ’ ଲାଗି ଓଡିଶା ସାହିତ୍ୟ ଏକାଡେମୀ ଆୱାର୍ଡ ମଧ୍ୟ ପାଇଥିଲେ ।

Leave A Reply

Your email address will not be published.