Latest Odisha News

ଚାଲିଥିଲା ଡିଲ୍, ମାଡିବସିଲା ଏସଟିଏଫ: ୨ଜଣଙ୍କୁ ଗିରଫ କଲା ବନବିଭାଗ

ଜୟପୁର: ଏସଟିଏଫ୍ ଜାଲରେ ଦୁଇ ବନ୍ୟଜନ୍ତୁ ଚୋରା ଚାଲାଣକରୀ । କୋରାପୁଟ ଜିଲ୍ଲା ପୋଲିସ ଓ ଜୟପୁର ବନବିଭାଗ ସହାୟତରେ ଏସଟିଏଫ୍ ଜୟପୁର-ବୈପାରିଗୁଡା ବାଇପାସ ରୋଡରେ ଚଢାଉ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି । ରାସ୍ତା କଡରେ ଡିଲ ଚାଲିଥିବା ବେଳେ ଏସଟିଏଫ୍ ଏବଂ ବନ ବିଭାଗ ମିଳିତ ଭାବେ ଚଢାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରିଛି । ଗିରଫ ବେପାରୀ ଦ୍ୱୟ ହେଲେ ବଡପଦର ଅଞ୍ଚଳର ସୋମାରୁ ମାତପଡିଆଙ୍କ ପୁଅ ଦୁର୍ଯ୍ୟ ମାତପଡିଆ ଓ ମାଝିଗୁଡା ଅଞ୍ଚଳର ଲଳିତ ହରିଜନଙ୍କ ପୁଅ କାର୍ତ୍ତିକ ହରିଜନ ।

ବଜ୍ରକାପ୍ତା ବିକ୍ରି ମୂଲଚାଲ ସମୟରେ ବନବିଭାଗ ସୂଚନା ପାଇ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ଏହି ସଫଳତା ପାଇଛି । ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ମଧ୍ୟ ଜବତ କରିଛି ଏସଟିଏଫ । ବଜ୍ରକାପ୍ତାକୁ ଉଦ୍ଧାର କରି ବନବିଭାଗର ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ଉଦ୍ଧାର ବଜ୍ରକାପ୍ତାଟି ଇଣ୍ଡିଆନ ପାଙ୍ଗୋଲିନ । ଏହା ବିଶ୍ବରେ ସର୍ବାଧିକ ବେପାର ହୋଇଥିବା ସ୍ତନ୍ୟପାୟୀ ପ୍ରାଣୀ ବୋଲି ବିଶ୍ୱାସ କରାଯାଏ । ତେବେ ଏଭଳି ପ୍ରଜାତିର ଜୀବଜନ୍ତୁକୁ ଶିକାର କରାଯାଇ ବାହାରକୁ ଚାଲାଣ କରୁଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ବନବିଭାଗର ସ୍ଵତନ୍ତ୍ର ଡ୍ରାଇଭ କର୍ଯ୍ୟ କରୁଛି ।

Leave A Reply

Your email address will not be published.