Latest Odisha News

BREAKING NEWS

‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ପ୍ରଦର୍ଶନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନ ଭାରତ ମଣ୍ଡପମରେ ‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହାର ଉଦ୍ଦେଶ୍ୟ ହେଉଛି ଭାରତର ସମୃଦ୍ଧ ଖାଦ୍ୟ ସଂସ୍କୃତି ସହିତ ବିଶ୍ୱକୁ ପରିଚିତ କରାଇବା । ଏହି ପ୍ରଦର୍ଶନୀରେ ୨୩ଟି ରାଜ୍ୟ ତଥା ଅନେକ ଦେଶର ପ୍ରାୟ ୧୨୦୦ ଅଂଶଗ୍ରହଣକାରୀ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟ ପ୍ରଦର୍ଶନ କରିବେ ।

ନଭେମ୍ବର ୩ ରୁ ନଭେମ୍ବର ୫ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମର ଉଦଯାପନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ଉଦଘାଟନୀ ଉତ୍ସବରେ ୧ ଲକ୍ଷରୁ ଅଧିକ ଏସଏଚଜି ସଦସ୍ୟଙ୍କୁ ୩୮୦ କୋଟି ଟଙ୍କାର ପ୍ରାରମ୍ଭିକ ପୁଞ୍ଜି ସହାୟତା ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । World Food India ୨୦୨୩ର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଏକ ଫୁଡ୍ ଷ୍ଟ୍ରିଟ୍ର ଉଦଘାଟନ କରିଛନ୍ତି । ଏଥିରେ ଆଞ୍ଚଳିକ ରୋଷେଇ ପରିବେଷଣ କରାଯିବା ସହ ରାଜକୀୟ ଐତିହ୍ୟ ଖାଦ୍ୟର ଝଲକ ମଧ୍ୟ ଦେଖିବା ପାଇଁ ମିଳିଛି । ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ରୋଷେୟା ଅଂଶଗ୍ରହଣ କରିଛନ୍ତି ଏବଂ ପାରମ୍ପାରିକ ଭାରତୀୟ ଖାଦ୍ୟ ଏକ ଭିନ୍ନ ଶୈଳୀରେ ପରିବେଷଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଭାରତକୁ ଫୁଡ୍ ବାସକେଟ୍ ଅଫ୍ ଦ ୱାର୍ଲଡ୍ ଭାବେ ଦର୍ଶାଯାଇଛି । ଭାରତୀୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ପ୍ରଦର୍ଶନ କରିବା ପାଇଁ ଏଠାରେ ଅନେକ ପ୍ରକାରର ପ୍ୟାଭିଲିୟନ ନିର୍ମାଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୋଟ୍ ୪୯ଟି ଅଧିବେଶନ ହେବ, ଯାହା ଦେଶରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରଦର୍ଶନ କରିବେ । ଏହି ଶିଳ୍ପ କିପରି ଆର୍ଥିକ ଶକ୍ତି, ଗୁଣବତ୍ତା, ମେସିନ୍ ଏବଂ ଟେକ୍ନୋଲୋଜିର ନିଶ୍ଚିତତା ବ୍ୟବହାର କରୁଛି ତାହା ମଧ୍ୟ ଏହି କାର୍ଯ୍ୟକ୍ରମରେ ଦେଖାଯାଇଛି । ଏହି କାର୍ଯ୍ୟକ୍ରମରେ ୮୦ରୁ ଅଧିକ ଦେଶ ଅଂଶଗ୍ରହଣ କରିଛନ୍ତି, ଅନେକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ର ସିଇଓମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.