Latest Odisha News

BREAKING NEWS

ଭାରତକୁ ଶୀଘ୍ର ମିଳିବ ରୋମିଓ ହେଲିକପ୍ଟର: ଜାରି ହେଲା ପ୍ରଥମ ଫଟୋ

ନୂଆଦିଲ୍ଲୀ: ନୌସେନା ଦିବସ ଅବସରରେ ଭାରତକୁ ଆମେରିକା କମ୍ପାନୀ ଲକହିଡ୍ ମାର୍ଟିନ୍ ଦେଲା ଉପହାର । ଭାରତକୁ ମିଳିବାକୁ ଥିବା ଏମଏଚ୍-୬୦ଆର ଅର୍ଥାତ୍ ରୋମିଓ ହେଲିକପ୍ଟରର ପ୍ରଥମ ଫଟୋ ଜାରି କରିଛି ଲକହିଡ୍ ମାର୍ଟିନ୍ । କୁହାଯାଉଛି କି ଖୁବ୍ ଶୀଘ୍ର ଏହି ହେଲିକପ୍ଟର ଭାରତ ଆସିବ । ଶୀଘ୍ର ଭାରତୀୟ ନୌସେନାରେ ସାମିଲ ହେବ ।

ଲକହିଡ୍ ମାର୍ଟିନ୍ କମ୍ପାନୀ ନିଜ ଟ୍ବିଟର ଆକାଉଣ୍ଟରେ ଏହି ଫଟୋ ଜାରି କରିଛି । ନୌସେନା ଦିବସରେ ଗର୍ବର ସହ ଭାରତର ରୋମିଓ ହେଲିକପ୍ଟରର ପ୍ରଥମ ଫଟୋ ସେୟାର କରୁଥିବା ଟ୍ବିଟରରେ ଲେଖାଯାଇଛି । ଟ୍ବିଟରରେ ଫଟୋର ହ୍ୟାସଟ୍ୟାଗ୍ ରହିଛି ରୋମିଓ ଫର ଇଣ୍ଡିଆ ।

ଚଳିତ ବର୍ଷ ଫେବ୍ରୁଆରୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଭାରତ ୨୪ଟି ରୋମିଓ ହେଲିକପ୍ଟର ନେଇ ବୁଝାମଣା କରିଥିଲା । ବୁଝାମଣାର ମୋଟ୍ ଅର୍ଥ ଥିଲା ୨୧ ହଜାର କୋଟି । ଆମେରିକା କମ୍ପାନୀ ଲକହିଡ୍ ମାର୍ଟିନ୍ ଦ୍ବାରା ପ୍ରସ୍ତୁତ କରାଯାଉଥିବା ଏହି ହେଲିକପ୍ଟରକୁ ଆଣ୍ଟି ସବମରିନ୍ ଓ ଆଣ୍ଟି ସର୍ଫେସ୍ ୱାରଫେୟର ପାଇଁ ବ୍ୟବହାର କରାଯାଇଥାଏ । ଏହା ବାଦ୍ ଏହାକୁ ସମୁଦ୍ରରେ ସର୍ଚ୍ଚ ଓ ରେସକ୍ୟୁ ଅପରେସନ୍ ପାଇଁ ମଧ୍ୟ ବ୍ୟବହାର କରାଯାଏ ।

Leave A Reply

Your email address will not be published.