Latest Odisha News

BREAKING NEWS

ଲୋକସଭା ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ

ନୂଆଦିଲ୍ଲୀ: ଲୋକସଭା ଅନିର୍ଦ୍ଦିଷ୍ଟ କାଳ ଯାଏ ସାଇନ-ଏ-ଡାଏ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଲୋକସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ପାର୍ଲାମେଣ୍ଟ ମୌସୁମୀ ଅଧିବେଶର ନିର୍ଦ୍ଧାରିତ ସମୟର ଦୁଇ ଦିନ ଆଗକୁ ଲୋକସଭା ମୁଲତବା ହୋଇଛି । ଆସନ୍ତା ୧୩ ତାରିଖ ଯାଏ ଅଧିବେଶନ ଚାଲିବାର ଥିଲା ।

ଗତକାଲି ଓବିସି ବିଲ୍ ଲୋକସଭାରେ ପାସ୍ ହୋଇଥିଲା । ଆଜି ଅନିର୍ଦ୍ଦିଷ୍ଟ କାଳ ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ପେଗାସସ୍ ବିବାଦକୁ ନେଇ ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଥିଲା । ସରକାରଙ୍କୁ ଘେରିଥିଲେ ବିରୋଧୀ । ବିଭିନ୍ନ ଅଣବିଜେପି ଦଳ ଏକାଠୀ ହୋଇଥିଲେ । ବିଭିନ୍ନ ସମୟରେ ମୁଲତବୀ ହେଉଥିଲା ଗୃହକାର୍ୟ୍ୟ । କରୋନା କଟକଣାରେ ଚଳିତ ସଂସଦ ଅଧିବେଶନ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.