Latest Odisha News

BREAKING NEWS

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାଁରେ ନିର୍ମାଣ ହେବ ରେଳ ଷ୍ଟେସନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାଁରେ ନିର୍ମାଣ ହେବ ରେଳ ଷ୍ଟେସନ। ସାହାରନପୁରରେ ନିର୍ମାଣ ହେବାକୁ ଥିବା ଏହି ରେଳ ଷ୍ଟେସନକୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ପ୍ରାପ୍ତ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରେଳ ଷ୍ଟେସନର ନାମକରଣ ସମ୍ପର୍କରେ ଜିଲ୍ଲା ପ୍ରଶାସନଠାରୁ ରିପୋର୍ଟ ମାଗିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ , ନେଇ ଏକ ଚିଠି ପଠାଇ ସୂଚନା ଦେଇଛନ୍ତି ଯେ ଦେଓବନ୍ଦରୁ ରୁର୍‌କୀ ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଉଛି। ଯାହା ଅଧୀନରେ କୋଟୱାଲୀ ଅଞ୍ଚଳ ବାନେରା ଠାରେ ପ୍ରସ୍ତାବିତ ରେଳ ଷ୍ଟେସନକୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ପ୍ରାପ୍ତ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯିବା ଉଚିତ।

ହିନ୍ଦୁ ସଂଗଠନ ଏବଂ ଜିଲ୍ଲାବାସୀଙ୍କ ଚାହିଦା ଅନୁଯାୟୀ ରେଳ ମନ୍ତ୍ରଣାଳୟ ରେଳ ଷ୍ଟେସନର ନାମକରଣ ସମ୍ପର୍କରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ରିପୋର୍ଟ ମାଗିଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ପ୍ରଶାସନଠାରୁ ରିପୋର୍ଟ ମାଗିଥିଲେ।

Leave A Reply

Your email address will not be published.