Latest Odisha News

BREAKING NEWS

‘ସେକେଣ୍ଡ ୱେଭ ନେଇ ସତର୍କତା ଜରୁରୀ’

ଭୁବନେଶ୍ୱର: ଗଞ୍ଜାମରେ କରୋନାର ସେକେଣ୍ଡ ୱେଭ ଆସିବା ନେଇ ଅଧିକ ସମ୍ଭାବନା ରହିଛି । କାରଣ ସେଠାରେ ସଂକ୍ରମଣ ସଂଖ୍ୟା ପିକ କରି କମିଯାଇଥିଲା । ତେଣୁ ଯଦି ସେଠାରେ ସଂକ୍ରମଣ ବଢେ, ତେବେ ଆମେ ସେକେଣ୍ଡ ୱେଭ ବୋଲି କହିପାରିବା । ସେହିଭଳି ଭୁବନେଶ୍ୱରରେ ବି ସଂକ୍ରମଣ ସଂଖ୍ୟା କମିଯାଇଛି ଯଦି ପୁଣି ଥରେ ବଢ଼ି ଯାଏ, ତେବେ ଆମେ ଏହାକୁ ଦ୍ଵିତୀୟ ସଂକ୍ରମଣ କହିପାରିବା ବୋଲି ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର କହିଛନ୍ତି ।

ଏଥିସହ ଡାକ୍ତର କହିଛନ୍ତି, ଶୀତଦିନେ ଦ୍ଵିତୀୟ ସଂକ୍ରମଣ ଆସିବା ନେଇ ପୂର୍ବାନୁମାନ କରାଯାଉଛି । ଓଡିଶାରେ ବର୍ତମାନ ସୁଦ୍ଧା ଆସିନି ଯଦି ଆସେ ତେବେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । କେସ ସଂଖ୍ୟା ବଢିଲେ ସ୍ୱାସ୍ଥ୍ୟ ସେବା ଓ ଭିତିଭୂମି ଉପରେ ଚାପ ପଡିବ । ଆମକୁ ଯତ୍ନବାନ ହେବାକୁ ପଡିବ । ଯାହା ଗାଇଡଲାଇନ ରହିଛି ତାକୁ ମାନିବାକୁ ପଡିବ ନଚେତ ସେକେଣ୍ଡ ୱେଭ ଆସିବ ଆମକୁ ଏକ ବର୍ଷ ପର୍ଯ୍ୟନ୍ତ ଯତ୍ନବାନ ରହିବାକୁ ପଡିବ । ଆମେ ଯଦି ସତର୍କ ରହିବା ତେବେ ସେକେଣ୍ଡ ୱେଭ ସମ୍ଭାବନାକୁ ଏଡାଇ ଦେଇପାରିବା ।

 

Leave A Reply

Your email address will not be published.