Latest Odisha News

[ଦେଖନ୍ତୁ ଭିଡିଓ] ୮ଜଣିଆ ଲୁଟେରା ଗ୍ୟାଙ୍ଗର ଲୁଟପାଟ୍ : ହତ୍ୟା ଧମକ ଦେଇ ଲୁଟିନେଲେ ସୁନା ଗହଣା

ରାୟଗଡା : ରାୟଗଡା ସାଇପ୍ରିୟା ନଗର ତୃତୀୟ ଲାଇନରେ ହୋଇଛି ବଡ ଧରଣର ଡକାୟତି । ରେଳବାଇରେ ଗୁଡ୍ସ ଟ୍ରେନ୍ ଗାର୍ଡ ଭାବେ କାର୍ଯ୍ୟରତ ଏମ.ଭେଙ୍କେଟ ରାଓଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଲୁଟପାଟ ହୋଇଛି । ୮ଜଣିଆ ଏକ ଡକାୟତି ଗ୍ୟାଙ୍ଗ ରାତିଅଧରେ ଘରର ଝରକା ଓ ଲୁହା ଗ୍ରୀଲ ଭାଙ୍ଗି ଘରେ ପଶି ଲୁଟି ନେଇଛନ୍ତି ୨୦ତୋଳା ସୁନା ଗହଣା ସହ ନଗଦ ୩୦ହଜାର ଟଙ୍କା ଏବଂ ମୋବାଇଲ ।

ଭେଙ୍କେଟ ରାଓ, ତାଙ୍କ ସ୍ତ୍ରୀ ଭବାନୀ ଓ ଦୁଇଟି ପୁଅ ନିଜ ଶୋଇବା ରୁମରେ ଶୋଇଥିବା ବେଳେ ଦୁର୍ବୁତମାନେ ସମସ୍ତଙ୍କୁ ନିଦରୁ ଉଠାଇ ହାତଗୋଡି ବାନ୍ଧି ଘରେ ଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ମାଗିଥିଲେ । ହାତରେ ହାତୁଡି,ଶାବଳ,ଲୁହାରଡ ଭଳି ମାରଣାସ୍ତ୍ର ଧରି ସୁନା ଅଳଙ୍କାର ନ ଦେଲେ ଜୀବନରେ ମାରି ଦେବାର ଧମକ ଦେବାରୁ ଭୟରେ ସମସ୍ତ ଅଳଙ୍କାର ଓ ନଗଦ ଟଙ୍କା ଦେଇଥିଲେ ଭେଙ୍କେଟ ରାଓ ।

ଦୁର୍ବୁତମାନେ ଲୁଟପାଟ କରି ଚାଲିଯିବା ପରେ ଭେଙ୍କେଟ ରାଓ ଘଟଣା ସଂପର୍କରେ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ  ପଂହଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.