Latest Odisha News

BREAKING NEWS

ଆଜି ଶ୍ରୀଜିଉଙ୍କ ସୁନାବେଶ: ଦର୍ଶନ ଲାଗି ପୁରୀରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ: ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ । ରଥ ଉପରେ ଶ୍ରୀଜିଉ ବିଜେ କରିବେ ସୁନା ବେଶରେ । ଭାଇ ଭଉଣୀଙ୍କ ସହ ମାଉସୀ ଘରେ ପିଠା ମିଠା ଖାଇ ମଉଜ ମଜଲିସ କରି ଘର ମୁହାଁ ହୋଇଛନ୍ତି ମହାପ୍ରଭୁ ।

ଏହି ଅବସରରେ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁ୍ଙ୍କ ଭିଡ଼ ଜମିବାରେ ଲାଗିଛି । ମହାପ୍ରଭୁଙ୍କ ମାନବୀୟ ଲୀଳାକୁ ସ୍ୱଚକ୍ଷୁରେ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ଅପରାହ୍ନ ପାଖାପାଖି ୪ଟାରୁ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ସୁନାବେଶ ଅନୁଷ୍ଠିତ ହେବ।

ସୁନାବେଶ ନୀତି ପରେ ରାତି ପ୍ରାୟ ୮ଟା ବେଳେ ସନ୍ଧ୍ୟା ଧୂପ ଓ ପାଖାପାଖି ରାତି ସାଢେ ୧୨ଟା ବେଳକୁ ମହାପ୍ରଭୁଙ୍କ ଚନ୍ଦନ ଲାଗି ହେବାର କାର୍ଯ୍ୟକ୍ରମ ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ସୂତ୍ରୁରୁ ଜଣାପଡ଼ିଛି ।

ରଥ ଉପରେ ସୁନାବେଶ ଅନୁଷ୍ଠିତ ହେଉଥିବାରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.