Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ମୃତ

ଅନୁଗୁଳ/ମାଲକାନଗିରି : ରାଜ୍ୟର ୨ଟି ଭିନ୍ନଭିନ୍ନ ସ୍ଥାନରେ ଶନିବାର ଦିନ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣକ ମୃତ୍ୟୁ ହେବା ସହ ୩ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ପାଲଲହଡା ନିକଟରେ ଏକ କାର୍ ଗୋଟିଏ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଆହତ ହୋଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ପରବର୍ତ୍ତୀ ସେମାନଙ୍କ ମଧ୍ୟରୁ ଗୁରୁତର ଆହତ ମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ଜଣାପଡିଛି ।
ମୃତକ ମାନଙ୍କ ମଧ୍ୟରେ ଭୁପେଶ ସାହୁ, ଧର୍ନୁଜୟ ନାୟକ ଓ କ୍ରୀଷ୍ଣା କୁମାର ସାହୁ ରହିଥିବାବେଳେ ସେମାନଙ୍କ ଘର ରାଉରକେଲା ବୋଲି ଜଣାପଡିଛି ।

ତେବେ ଏହି ସମସ୍ତ ଯାତ୍ରୀମାନେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆର ଏକ ବିବାହ ଉତ୍ସବରେ ଯୋଗଦେଇ ରାଉରକେଲା ସାରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ସେହିପରି ମାଲକାନଗିରି ଜିଲ୍ଲାର ବିଜୟୱାଡା-ରାଞ୍ଚି ୩୨୬ନଂ ଜାତୀୟ ରାଜପଥ ନିକଟ ଚମ୍ପାଖରୀରେ ଏକ ବାଇକ୍ ଦୁର୍ଘଟଣା ଗସ୍ତ ହେବା ଫଳରେ ୨ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିବା ସହ ଅନ୍ୟଜଣେ ଆହତ ହୋଇଛନ୍ତି ।

ମୃତକ ମାନଙ୍କ ମଧ୍ୟରେ ବନମାଳି ଓ ସଞ୍ଜୟ ରହିଥିବାବେଳେ ସେମାନଙ୍କ ଘର ବେଗିନିଗୁଡା ବୋଲି ଜଣାପଡିଛି ।

Leave A Reply

Your email address will not be published.