Latest Odisha News

BREAKING NEWS

ଟିମ ଇଣ୍ଡିଆର ୨୦୨୫ ଇଂଲଣ୍ଡ ଗସ୍ତ ପାଇଁ ଭେନ୍ୟୁ ଘୋଷିତ

ନୂଆଦିଲ୍ଲୀ: ୨୦୨୫ରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଗସ୍ତ କରିବ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ବୁଧବାର କେଉଁ କେଉଁ ଭେନ୍ୟୁରେ ମ୍ୟାଚ ଖେଳାଯିବ ତାହା ସ୍ପଷ୍ଟ କରିଛି । ୨୦୨୫ରୁ ୨୦୩୧ ପର୍ଯ୍ୟନ୍ତ ଇସିବି ଉଭୟ ପୁରୁଷ ଓ ମହିଳା ଟିମର କାର୍ଯ୍ୟସୂଚୀ ଘୋଷିତ କରିଛି । ପଟୌଦି ଟ୍ରଫି ପାଇଁ ଭାରତ ଜୁନ ୨୦୨୫ରେ ଇଂଲଣ୍ଡ ଗସ୍ତ କରିବ । ମ୍ୟାଚଗୁଡିକ ଲର୍ଡସ, ଦି ଓଭାଲ, ଏଜବେଷ୍ଟନ, ହେଡିଙ୍ଗଲି ଓ ଓଲ୍ଡ ଟ୍ରାଫେଡରେ ଖେଳାଯିବ ।

୨୦୨୯ ସିରିଜ ପାଇଁ ଗୋଟିଏ ଭେନ୍ୟୁ ପରିବର୍ତନ କରାଯାଇଛି । ହେଡିଙ୍ଗଲେ ବଦଳରେ ସାଉଥାମ୍ପଟନରେ ଗୋଟିଏ ଟେଷ୍ଟ ଖେଳାଯିବ । ଇସିବି ସିଇଓ ରିଚାର୍ଡ ଗୋଲ୍ଡ କହିଛନ୍ତି ଅଷ୍ଟ୍ରେଲିଆ ବ୍ୟତୀତ ଭାରତ ସହ ଇଂଲଣ୍ଡ ହୋମ ଆୱେ ଫର୍ମାଟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଥାଏ । ଇଂଲଣ୍ଡ ୨୦୨୪ରେ ଭାରତ ଗସ୍ତରେ ଆସିବ ।

Leave A Reply

Your email address will not be published.