Latest Odisha News

BREAKING NEWS

ଦିଲ୍ଲୀରେ ୨୨୦୦ ଟଙ୍କାରେ ବିକ୍ରି ହେଲା ଫିଲ୍ମ ‘ଆଦିପୁରୁଷ’ର ଟିକେଟ୍

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଆସନ୍ତା ୧୬ ତାରିଖରେ ରିଲିଜ୍ ହେବ । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମର ଆଡ଼ଭାନ୍ସ ବୁକିଂ ଆରମ୍ଭ ହୋଇଛି ।
ନୂଆଦିଲ୍ଲୀରେ ଏହି ଫିଲ୍ମର ଚାହିଦା ବହୁତ ଅଧିକ ଥିବାରୁ ଏହାର ଟିକେଟ୍ ଅଧିକ ଦାମରେ ବିକ୍ରି ହୋଇଛି । କେବଳ ସେତିକି ନୁହେଁ, ଅଧିକାଂଶ ଶୋ’ ହାଉସ୍‌ଫୁଲ୍ ମଧ୍ୟ ରହିଛି । ଏହାର ଟିକେଟ୍ ଦର ୨୨୦୦ ଟଙ୍କା ବୋଲି ବୁକ୍ ମାଇଁ ସୋ’ରେ ଦେଖିବାକୁ ମିଳିଛି ।

ଏହି ଫିଲ୍ମଟି ହିନ୍ଦୀ ବ୍ୟତୀତ ତେଲୁଗୁ,ମାଲାୟାଲମ୍ , ତାମିଲ, ଏବଂ କନ୍ନଡ ଭାଷାରେ ରିଲିଜ୍ ହେବ । ଏହି ଫିଲ୍ମଟି ହାଇବଜେଟ୍‌ରେ ନିର୍ମିତ ହୋଇଛି । ଏହାର ଟ୍ରେଲର ଓ ଗୀତକୁ ଦର୍ଶକ ଖୁବ୍ ପସନ୍ଦ କରିଥିବାରୁ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଏଥିରେ ପ୍ରଭାସ ଭଗବାନ ରାମଙ୍କ ଭୂମିକାରେ ନଜର ଆସିଥିବା ବେଳେ ସୀତା ମାଆଙ୍କ ରୂପରେ ଅଭିନେତ୍ରୀ କ୍ରିତି ସାନନ୍ ଓ ରାବଣ ଭୂମିକାରେ ଶୈପ ଅଲ୍ଲୀ ଖାନ୍‌ଙ୍କୁ ଦେଖିବାକୁ ମିଳିଛିି ।

Leave A Reply

Your email address will not be published.