Latest Odisha News

BREAKING NEWS

ଗ୍ୟାସ ସିଲିଣ୍ଡର ଦର କମିବାକୁ ନେଇ ରାଜନୀତି

ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେର ଦେଶର ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ ପିଏମ ମୋଦୀ ଏକ ବଡ଼ ହ୍ରାସ କରିଥିବା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା କମାଯାଉଛି । ଯାହାକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଯାଇଛି । ବିରାେଧୀ ଦଳ ସିଲିଣ୍ଡର ଦର କମିବାର ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି କରିଛନ୍ତି ମୋଦୀ ।

କଂଗ୍ରେସ ପାର୍ଟିର ସାଂସଦ ସୁପ୍ରିୟା ସୁଲେ କହିଛନ୍ତି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ମୋଦୀଙ୍କ ଏହି ଘୋଷଣାରେ ସେ ଚକିତ ନୁହଁନ୍ତି । ଆପଣମାନେ ଗ୍ୟାସ ସିଲିଣ୍ଡର କମାଇବାର ସମୟ ଦେଖନ୍ତୁ । ୯ବର୍ଷ ହେବ ଶାସନ ଗାଦିରେ ରହିଲେ ଏହି ନିଷ୍ପତି ଉପରେ ପ୍ରଧାନମନ୍ତ୍ରୀ ପ୍ରଥମରୁ କାହିଁକି ଘୋଷଣା କଲେନି । ନିର୍ବାଚନ ତାରିଖ ଆଗକୁ ଘୋଷଣା ହେବାର ଅଛି ଏସବୁକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏପରି କରିଛନ୍ତି । ଏହା ସହ କହିଛନ୍ତି ସରକାର ସତରେ ଯଦି ଦର କମାଇବାକୁ ଚାହିଁଥାନ୍ତେ ତେବେ ଗ୍ୟାସ ସିଲିଣ୍ଡର ଦରକୁ ଅଧା କରିବା କଥା । କଂଗ୍ରେସ ସମୟରେ ଗ୍ୟାସ ସିଲିଣ୍ଡର ଦର ୪୩୦ ଟଙ୍କା ଥିଲା । ଯଦି ଏବେ କମାଇଲେ ସେହି ଦରଦାମ ସହ କ’ଣ ପାଇଁ ମ୍ୟାଚ କରାଇଲେନି ।

ସେହିପରି ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୁହି ସିଂହ ଗ୍ୟାସ ସିଲିଣ୍ଡର ଦର କମାଇବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ମହାଦେବ ଦେଖୁଛନ୍ତି ଲୋକ କେମିତି ଧୋକା ଦେଉଛନ୍ତି । ଏହା ସହ କହିଛନ୍ତି ମହିଳାମାନେ ଜନସଂଖ୍ୟାର ଏକ ବଡ଼ ଅଂଶ ଗଠନ କରନ୍ତି ଏବଂ ଆମ ସମାଜରେ ମଧ୍ୟ ସେମାନଙ୍କର ଏକ ବଡ଼ ଭୂମିକା ରହିଛି | ତେଣୁ, ଯଦି ଆପଣ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ନକରନ୍ତି, ତେବେ ସମାଜ ବିକାଶ ହେବ ନାହିଁ |

 

 

 

Leave A Reply

Your email address will not be published.