Latest Odisha News

BREAKING NEWS

ତିତଲି ବାତ୍ୟା: ଗ୍ୟାସ ହଜିଥିବା ବିପିଏଲ ପରିବାରକୁ ୨୦୦ ଓ ଏପିଏଲ ପରିବାରକୁ ୧୨୦୦ଟଙ୍କାରେ ଗ୍ୟାସ ଯୋଗାଣ ଚାଲିଛି – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାରେ ସାମୁଦ୍ରିକ ଝଡ ତିତଲି ଓ ଏହା ସହ ଆସିଥିବା ବର୍ଷା ଓ ବନ୍ୟାରେ ପ୍ରଭାବିତ ଗଜପତି, ରାୟଗଡା ଓ ଗଞ୍ଜାମ ଆଦି ଜିଲ୍ଲାର ଏଲପିଜି ଉପଭୋକ୍ତମାନଙ୍କ ପାଇଁ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତଥା ତୈଳ ବିପଣନ କମ୍ପାନୀମାନେ ତ୍ୱରିତ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ୧୪ ଅକ୍ଟୋବରରେ ବାତ୍ୟା ଓ ବନ୍ୟା ପ୍ରଭାବିତ ଜନସାଧାରଣମାନଙ୍କ ପାଇଁ ତୈଳ ବିପଣନ କମ୍ପାନୀମାନେ ସହଯୋଗ ଘୋଷଣା କରିସାରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ହଜି ଯାଇଥିବା ବିପିଏଲ ପରିବାରମାନଙ୍କୁ ୨୦୦ ଟଙ୍କାରେ ଓ ଏପିଏଲ ପରିବାରମାନଙ୍କୁ ସିଲିଣ୍ଡରର ପ୍ରସ୍ତୁତି ମୂଲ୍ୟ ୧୨୦୦ ଟଙ୍କାରେ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।

ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ତିତଲି ପ୍ରଭାବିତ ଜିଲ୍ଲା ମାନଙ୍କରେ ଏଲପିଜି ଉପଭୋକ୍ତାମାନଙ୍କୁ ସହାୟତା ନିମନ୍ତେ ଲେଖିଥିବା ପତ୍ରର ତୁରନ୍ତ ଉତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ୧୪ ଅକ୍ଟୋବରରେ ବାତ୍ୟା ଓ ବନ୍ୟା ପ୍ରଭାବିତ ଜନସାଧାରଣମାନଙ୍କ ପାଇଁ ତୈଳ ବିପଣନ କମ୍ପାନୀମାନେ ସହଯୋଗ ଘୋଷଣା କରିସାରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ତୈଳ ବିପଣନ କମ୍ପାନୀ ଗୁଡିକ ବିଶେଷ କ୍ୟାମ୍ପ ଆୟାଜନ କରି ଯେଉଁ ଗ୍ରାହକମାନଙ୍କର ଗ୍ୟାସ ସମ୍ବନ୍ଧିତ କାଗଜପତ୍ର ନଷ୍ଟ ହୋଇ ଯାଇଛି ତାହା ଯେଗାଇ ଦେବା ପାଇଁ ବ୍ୟବସ୍ଥା
କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ୧୮ ତାରିଖରେ ତିତଲି ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ସେ ନିଜେ ଗସ୍ତ କରିଥିଲେ । ଏହା ସହ ତୈଳ ବିପଣନ କମ୍ପାନୀ ଗୁଡିକ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳରେ ଗ୍ୟାସ ଯୋଗାଣକୁ ନିରନ୍ତର ଭାବେ ଜାରି ରହିବା ସୁନିଶ୍ଚିତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ବିଗତ ଦିନରେ କେରଳ, ତାମିଲନାଡୁ, ଜାମ୍ମୁ କାଶ୍ମୀର ଆଦି ରାଜ୍ୟରେ ବନ୍ୟା ପରି ପ୍ରାକୃତିକ ଦୁର୍ବିପାକ ସମୟରେ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓ ତୈଳ ବିପଣନ କମ୍ପାନୀମାନଙ୍କର ଏହି ପରି ସହାୟତାରୁ ଲାଭ ପାଇବା ସହ ସ୍ଥାନୀୟ ଲୋକମାନେ ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.