Latest Odisha News

BREAKING NEWS

ସାଉଦି ଆରବରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଓଡ଼ିଶା ଆସିବ ମରଶରୀର

ଭୁବନେଶ୍ୱର: ସାଉଦି ଆରବରେ ଜଣେ ଓଡ଼ିଆ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମୃତ ଓଡ଼ିଆ ଶ୍ରମିକ ଜଣକ ଖୋର୍ଦ୍ଧା ଜିଲ୍ଲା ଆୟତପୁର ପଞ୍ଚାୟତ ଗୋପୀନାଥ ପ୍ରସାଦ ଗ୍ରାମର ନରେନ୍ଦ୍ର ପଲେଇ ବୋଲି ଚିହ୍ନଟ ହୋଇଛନ୍ତି ।

ସାଉଦି ଆରବର ଏକ ଘରୋଇ କମ୍ପାନୀରେ ପାଣି ପାଇପ ଶ୍ରମିକ ଭାବେ ଗତ ୮ବର୍ଷ ଧରି ନରେନ୍ଦ୍ର କାର୍ଯ୍ୟ କରି ଆସୁଥିଲେ । ସେ କାମ ସାରି ସେଠାକାର ଘରକୁ ଫେରୁଥିବା ବେଳେ ରାସ୍ତାରେ ଦୁର୍ଘଟଣା ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଦୁର୍ଘଟଣାରେ ମୃତ୍ୟୁ ପରେ ମୃତକଙ୍କ ପୁଅ ଉଲ୍ଲାସ ପଲେଇ ବାପାଙ୍କ ଅନ୍ତିମ ସଂସ୍କାର କରିବା ଲାଗି ତାଙ୍କ ମରଶରୀରକୁ ଓଡ଼ିଶା ଆଣିବାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ।
“ନରେନ୍ଦ୍ର ପଲେଇଙ୍କ ମୃତ୍ୟୁର ସଠିକ୍ ତଦନ୍ତ ହେବା ସହିତ ଅଗାମୀ କାର୍ଯ୍ୟାନୁଷ୍ଠାନ ଲାଗି ଶ୍ରମ କମିଶନ ନିକଟରେ ଏନେଇ ରିପୋର୍ଟ ପ୍ରଦାନ କରାଯିବାର ବ୍ୟବସ୍ଥା ହେଉଛି,” ବୋଲି ବାଲୁଗାଁ ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି କହିଛନ୍ତି ।

ସାଉଦି ଆରବ ସରକାରଙ୍କ ସହିତ ଆଲୋଚନା ପରେ ନରେନ୍ଦ୍ରଙ୍କ ଶବକୁ ଓଡ଼ିଶା ଅଣାଯିବାର ବ୍ୟବସ୍ଥା କରାଯିବ, ଯେପରି ବି ହେଉ ଏଥିଲାଗି ପ୍ରାୟ ୨ରୁ ୩ ସପ୍ତାହ ଲାଗିଯିବ, ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ।

Leave A Reply

Your email address will not be published.