Latest Odisha News

BREAKING NEWS

କମିଲା ଗ୍ୟାସ୍ ଦର, ୧୯ ଟଙ୍କା କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ: କମିଲା ଗ୍ୟାସ ଦର। କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦାମ୍‌ କମିଲା। ୧୯ କେଜି କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୧୯ ଟଙ୍କା କମିଲା। ଦିଲ୍ଲୀରେ କମର୍ସିଆଲ ଏଲ୍‌ପିଜି (LPG) ସିଲିଣ୍ଡର ଦାମ୍‌ ୧୭୪୫ ଟଙ୍କାକୁ କମିଲା। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଲଗାତାର ଦ୍ୱିତୀୟ ଥର ପାଇଁ କମର୍ସିଆଲ୍‌ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି।

୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ଦେଶରେ ଚାଲିଥିବା ଲୋକସଭା ନିର୍ବାଚନ ମଧ୍ୟରେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ସିଲିଣ୍ଡର ମୂଲ୍ୟ ୧୯-୨୦ ଟଙ୍କା ହ୍ରାସ ପାଇଛି। ନୂତନ ସିଲିଣ୍ଡର ମୂଲ୍ୟ IOCL ୱେବସାଇଟରେ ଅପଡେଟ କରାଯାଇଛି, ଯାହା ମେ ୧ ତାରିଖରୁ ପ୍ରଯୁଜ୍ୟ। ସରକାରୀ ତୈଳ କମ୍ପାନୀଗୁଡିକ ଦେଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି ରିହାତିର ଲାଭ କେବଳ ୧୯ କିଲୋଗ୍ରାମ କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡରରେ ଉପଲବ୍ଧ ହେବ। ଅର୍ଥାତ ଦିଲ୍ଲୀରେ ଏହାର ମୂଲ୍ୟ ୧୭୬୪.୫୦ ରୁ ୧୭୪୫.୫୯ ଟଙ୍କାକୁ ଖସି ଆସିଛି। ଏଥର ମଧ୍ୟ ଘରୋଇ ବ୍ୟବହାର ପାଇଁ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ସେହିଭଳି ମୁମ୍ବାଇରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭୧୭.୫୦ ରୁ ୧୬୯୭.୫୦ ଟଙ୍କାକୁ ଖସି ଆସିଛି। ଚେନ୍ନାଇରେ ମଧ୍ୟ ଏହି ସିଲିଣ୍ଡର ୧୯ ଟଙ୍କା ଶସ୍ତା ହୋଇଛି ଏବଂ ଏହାର ମୂଲ୍ୟ ୧୯୩୦ ରୁ ୧୯୧୧ ଟଙ୍କାକୁ ଖସି ଆସିଛି । ସେହିଭଳି ଆଜିଠାରୁ କୋଲକାତାରେ କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ୧,୮୫୯ ଟଙ୍କାରେ ଉପଲବ୍ଧ ହେବ।

Leave A Reply

Your email address will not be published.