Latest Odisha News

BREAKING NEWS

ଖାଲି ଭାରତରେ ନୁହେଁ ଏ ସବୁ ସ୍ଥାନରେ ବି ରହିଛି ଲକ୍ଷ୍ନୌ

ଲକ୍ଷ୍ନୌ: ଉତରପ୍ରଦେଶରେ ନବାବଙ୍କ ସହର ଭାବେ ଲକ୍ଷ୍ନୌର ବେଶ ଖ୍ୟାତି ରହିଛି । ତେବେ ଖାଲି ଭାରତରେ ନୁହେଁ ବିଶ୍ୱରେ ଅନେକ ସ୍ଥାନରେ ଲକ୍ଷ୍ନୌ ରହିଛି । ୱେଷ୍ଟ ଭର୍ଜିନିଆରେ ଲକ୍ଷ୍ନୌ ନାମରେ ଏକ ପୁରୁଣା ଅଟ୍ଟାଳିକା ରହିଛି । ମାଂଉଟେନ ଟପ ଷ୍ଟେଟରେ ୫୫୦୦ ଏକର ଜମୀନରେ ଏହା ଅବସ୍ଥିତ । ନିର୍ଦ୍ଦିଷ୍ଟ ସମୟରେ ଏହାର ରୁମଗୁଡିକ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥାଏ । ସେହିପରି ଆମେରିକାର ହ୍ୟାରିସବର୍ଗ-କାର୍ଲିସ୍ଲେରେ ଏକ ଛୋଟ ଅଂଚଳ ଲକ୍ଷ୍ନୌ ନାମରେ ନାମିତ । ଏହା ସ୍ଥାନୀୟ ନଗର ନିଗମ ଦ୍ୱାରା ପରିଚାଳିତ ହୋଇ ନ ଥାଏ । ଏହାକୁ ଭାରତର ଲକ୍ଷ୍ନୌ ସହର ନାମରେ ରଖାଯାଇଛି ।

ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସରେ ଲକ୍ଷ୍ନୌ ନାମକ ଗ୍ରାମ ରହିଛି । ୨୦୧୬ରେ ଏହାର ଜନସଂଖ୍ୟା ୨୯୭ ଥିଲା । କାନାଡାର ଓଟୋରିୟୋରେ ଲକ୍ଷ୍ନୌ ନାମକ ଅଂଚଳ ରହିଛି । ଲକ୍ଷ୍ନୌ ବ୍ରୁସ କାଂଉଟିର ଜନସଂଖ୍ୟା ୨୦୧୬ରେ ୧୧୨୧ ଥିଲା । ପ୍ରତିଷ୍ଠିତ ହକି ଖେଳାଳି ପଲ ହ୍ୟାଣ୍ଡରସନ, ଡେଭ ଫରିଶ, ବବି ରେମଣ୍ଡ ଏହି ଅଂଚଳରୁ ଆସିଛନ୍ତି । ସେହିପରି ଭିକ୍ଟୋରିଆର ପୂର୍ବ ଗିପ୍ସଲ୍ୟାଣ୍ଡରେ ମିଶେଲ ନଦୀ ଅବବାହିକାରେ ଲକ୍ଷ୍ନୌ ନାମକ ଅଂଚଳ ରହିଛି ।

Leave A Reply

Your email address will not be published.