Latest Odisha News

୫୩ ଦିନରେ ୨୩ଟି ଦେଶ ଭ୍ରମଣ, ଆମେରିକାରୁ ଭାରତ ଆସିଲେ କାରରେ

ନ୍ୟୁୟର୍କ: ଅନେକ ଲୋକ ବିଭିନ୍ନ ଦେଶ ଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି । କିଛି ଲୋକ ବିମାନ ବା ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ଆଉ କିିଛି ଲୋକ ଚାରିଚକିଆ ଯାନରେ ଲଙ୍ଗ୍ ଡ଼୍ରାଇଭ୍‌ରେ ଯିବାକୁ ପସନ୍ଦ କରିଥାନ୍ତି । ସେହିପରି ଅନେକ ଲୋକ କାରରେ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ଭଳି ଗୋଟିଏ ଦେଶରୁ ଅନ୍ୟ ଦେଶକୁ ମଧ୍ୟ କାର ଯୋଗେ ଭ୍ରମଣ କରନ୍ତି । କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ନିଜ କାରରେ ମାତ୍ର ୫୩ ଦିନରେ ୨୩ ଟି ଦେଶ ଭ୍ରମଣ କରିଛନ୍ତି । ସେ ତାଙ୍କ କାରରେ ଆମେରିକାରୁ ଭାରତ ମଧ୍ୟ ଆସିଛନ୍ତି ।

ଆମେରିକାର ଜଲନ୍ଦର ସହରରେ ରୁହନ୍ତି ୫୩ ବର୍ଷିୟ ଲକ୍ଷ୍ମୀଧର ସିଂ । ତାଙ୍କୁ ବିଭିନ୍ନ ଦେଶ ଭ୍ରମଣ କରିବା ବହୁତ ପସନ୍ଦ । ସେଥିଲାଗି ସେ ନିଜର କାରରେ ଦେଶ ଭ୍ରମଣ କରିବାକୁ ବାହାରିଥିଲେ । ମାତ୍ର ୫୩ ଦିନରେ ସେ ୨୩ଟି ଦେଶ ଭ୍ରମଣ କରିଛନ୍ତି । ସେ ପ୍ରାୟ ୨୨ ହଜାର କିଲୋମିଟର ଯାତ୍ରା କରିଛନ୍ତି । ସେ ପ୍ରଥମେ ତାଙ୍କ କାରକୁ ଆମେରିକାରୁ ବିଟ୍ରେନ୍‌କୁ ବିମାନରେ ଆଣିଥିଲେ । ପରେ ସେ କାର ଚଲାଇ ବ୍ରିଟେନରୁ ଭାରତ ଆସିଥିଲେ । ପରେ ତାଙ୍କ କାର ଲଣ୍ଡନରୁ ପ୍ୟାରିସକୁ ଟ୍ରେନରେ ଯାଇଥିଲା ।

ଲକ୍ଷ୍ମୀଧର କହିଛନ୍ତି ଯେ,ଏହି ଯାତ୍ରାରେ ମୋର ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମାତ୍ର ୫୩ ଦିନରେ ପ୍ରାୟ ୨୩ ଟି ଦେଶ ଭ୍ରମଣ କରିଛି । ଦ୍ରୁତ ଗତିରେ କାର ଚଲାଉଥିବାରୁ ସମଗ୍ର ଯାତ୍ରା ସମୟରେ ଚାରିଥର ଜରିମାନା ମଧ୍ୟ ମୋତେ ଦେବାକୁ ପଡ଼ିଛି । ସର୍ବିଆରେ ପ୍ରଥମ ଜରିମନା ଦେଇଥିବା ବେଳେ ତୁର୍କୀରେ ଦୁଇଥର ଏବଂ ପାକିସ୍ତାନରେ ଥରେ ଜରିମାନା ଦେଇଛି । ଏହି ଯାତ୍ରା ଯୋଜନା କରିବାକୁ ମୋତେ ୩ ବର୍ଷ ସମୟ ଲାଗିଥିଲା । ଏଥିଲାଗି ମୋତେ ଅନେକ ଅସୁବିଧା ଭୋଗିବାକୁ ପଡ଼ିଛି । ଇରାନର ଭିସା ଅନୁମୋଦନ ପାଇବାକୁ ୧ ବର୍ଷ ସମୟ ଲାଗିଥିଲା । ପାକିସ୍ତାନୀ ଭିସା ପାଇବାରେ ମଧ୍ୟ ଅସୁବିଧା ସାମ୍ନା କରିବାକୁ ପଡିଥିଲା । କାରଣ କେହି କେହି ଅଭିଯୋଗ କରିଥିଲେ ଯେ,ମୋ କାରରେ ବ୍ୟବହାର କରିଥିବା ମାନଚିତ୍ରରେ କାଶ୍ମୀର ନାହିଁ । ପ୍ରତ୍ୟେକ ଦେଶ ପାଇଁ ଏକକ ଏଣ୍ଟ୍ରି ଭିସା ନେଇଥିଲି । ତେଣୁ ବର୍ତ୍ତମାନ ସେ ରାସ୍ତାରେ ଆମେରିକା ଫେରିପାରିବେ ନାହିଁ, ତାଙ୍କୁ ତାଙ୍କ କାରକୁ ବିମାନ କିମ୍ବା ପାଣିଜାହାଜରେ ପଠାଇବାକୁ ପଡ଼ିବ ।

Leave A Reply

Your email address will not be published.