ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ଏକ ଶାନ୍ତି ଚୁକ୍ତିରେ ପହଞ୍ଚିଛନ୍ତି। ଯାହା ଦ୍ୱାରା ଉପସାଗରୀୟ ଅଞ୍ଚଳରେ ଉତ୍ତେଜନାକୁ ଅସ୍ଥାୟୀ ଭାବରେ ହ୍ରାସ କରାଯାଇଛି। ତଥାପି ଆମେରିକାର ପଡ଼ୋଶୀ ଦେଶ ବ୍ରାଜିଲ ରାଷ୍ଟ୍ରପତି, ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଚେତାବନୀ ଦେଇଛି।
ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଅକ୍ଟୋବରରେ ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ କରିବାକୁ ନେଇ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି। ଏପରିକି ଆମ କଥାରେ ମୁଣ୍ଡ ନ ପୁରାଇବାକୁ ସେ ଚେତାବନୀ ଦେଇଛନ୍ତି।
ବ୍ରାଜିଲ ରାଷ୍ଟ୍ରପତିଙ୍କ ରାଜନୈତିକ ବିରୋଧୀଙ୍କ ବିରୁଦ୍ଧରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ନେଇ ଟ୍ରମ୍ପ ବ୍ରାଜିଲକୁ ସମାଲୋଚନା କରିବା ପରେ ଲୁଲାଙ୍କ ଏହି ବୟାନ ଆସିଛି। ଦୁଇ ରାଷ୍ଟ୍ରପତିଙ୍କ ମଧ୍ୟରେ ନୂଆ ଉତ୍ତେଜନା ଆମେରିକା ଏବଂ ବ୍ରାଜିଲ ସମ୍ପର୍କରେ ପ୍ରତିଫଳିତ ହୋଇପାରେ। ଟ୍ରମ୍ପ ପ୍ରଶାସନ ଦକ୍ଷିଣ ଆମେରିକୀୟ ଦେଶ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ଦେଇଛି ଏବଂ ସମ୍ପ୍ରତି ଦୁଇଟି ନିଶାଦ୍ରବ୍ୟ ଚାଲାଣ ଦଳକୁ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବରେ ନାମିତ କରିଛି। ଯାହାକୁ ଲୁଲା ଦୃଢ଼ ବିରୋଧ କରିଛନ୍ତି।
ରାଷ୍ଟ୍ରପତି ଟ୍ରମ୍ପ ଗତ ବର୍ଷ ବ୍ରାଜିଲ ଉପରେ ଶୁଳ୍କ ଲାଗୁ କରିଥିଲେ। ଏଥିସହିତ ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କ ବିରୁଦ୍ଧରେ “ଡାଇନି-ହଣ୍ଟ” ମାମଲା ଉପରେ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଥିଲେ। ସେବେଠାରୁ ଲୁଲା ବାରମ୍ବାର ବ୍ରାଜିଲର ସାର୍ବଭୌମତ୍ୱକୁ ରକ୍ଷା କରିଛନ୍ତି।
ଲୁଲା ସୁପ୍ରିମକୋର୍ଟର ବିଚାରପତି ଆଲେକଜାଣ୍ଡ୍ରେ ଡି ମୋରେସ୍ ଉପରେ ଆମେରିକାର କଟକଣା ବିଷୟରେ ମଧ୍ୟ ଅଭିଯୋଗ କରିଛନ୍ତି।
Comments are closed.