Latest Odisha News

BREAKING NEWS

ଆସୁଛନ୍ତି ମାଆ ! କେବେ ଓ କେଉଁ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ, ଜାଣନ୍ତୁ

ଭୁବନେଶ୍ୱର: ଅଗ୍ରପୂଜ୍ୟ ଗଣପତିଙ୍କ ପୂଜାଠାରୁ ଆରମ୍ଭ ହୋଇଛି ପାର୍ବଣ ଋତୁ । ସିଦ୍ଧି ବିନାୟକଙ୍କ ପୂଜା ପରେ ଏବେ ପାଳି ମାଆ ଦଶଭୁଜା ଦୁର୍ଗାଙ୍କର । ଶରତ ଋତୁର କୋହଲା ପବନ, ଆଉ ସେହି ପବନରେ ନାଚି ଉଠୁଥିବା କାଶତଣ୍ଡି ଫୁଲକୁ ଦେଖିଲେ ଲାଗୁଛି ମାଆଙ୍କ ଆସିବାର ବେଳ ଆସିଗଲାଣି ।

ମାଆଙ୍କ ଆଗମନରେ ପୁଲକିତ ହୋଇଯିବ ସାରା ସଂସାର । ଆବାଳ ବୃଦ୍ଧ ବନିତା ଲାଗିଯିବେ ମାଆଙ୍କ ପୂଜାର୍ଚ୍ଚନାରେ । ଗାଁ ଠାରୁ ସହର ହୋଇ ଉଠିବ ଉତ୍ସବ ମୁଖର । ଚାରିଦିଗରୁ ଭାସି ଆସିବ ଭକ୍ତି ଓ ସମର୍ପଣର ମହକ ।

ମାଆ ଦୁର୍ଗତିନାସିନୀଙ୍କ ଆଗମନକୁ ସମସ୍ତେ ଚାତକ ପରି ଚାହିଁ ରହିଥାନ୍ତି । ଜାତିବର୍ଣ୍ଣ ନିର୍ବିଶେଷରେ ହିନ୍ଦୁ, ମୁସଲିମ, ସିଖ୍, ଇସାଇ ସଭିଏଁ ହାତରେ ହାତ ଯୋଡି ନିଜ ନିଜ ସହି ମଣ୍ଡପକୁ ପାଛୋଟି ଆଣନ୍ତି ମାଆଙ୍କୁ ।

ମାଆଙ୍କର ଏହି ଶାରଦୀୟ ପୂଜା ନଅଦିନ ଧରି ବେଶ୍ ଧୁମ ଧାମରେ ପାଳନ କରାଯାଏ । ଏହାକୁ ନବରାତ୍ର କୁହାଯାଏ । ସବୁ ବର୍ଷ ଚଳିତ ବର୍ଷ ମଧ୍ୟ ମଧ୍ୟ ମାଆଙ୍କର ନବରାତ୍ର ପୂଜା ଅନୁଷ୍ଠିତ ହେବ ।

ଚଳିତ ବର୍ଷ ସେପ୍ଟେମ୍ବର ୨୯ତାରିଖରୁ ନବରାତ୍ରି ଆରମ୍ଭ ହେଉଛି। ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିର ବିଶେଷ ମହତ୍ତ୍ବ ରହିଥାଏ। ନବରାତ୍ରିର ୯ଦିନ ଯାଏଁ ଚାଲୁଥିବା ଏହି ପର୍ବରେ ଦେବୀ ମାଆଙ୍କୁ ୯ଟି ଅଲଗା ଅଲଗା ରୂପର ପୂଜା କରାଯାଇଥାଏ। ମାଆଙ୍କର ଶୈଳପୁତ୍ରୀ,ବ୍ରହ୍ମଚାରିଣୀ,ଚନ୍ଦ୍ରଘଣ୍ଟା,କୁଷ୍ମଣ୍ଡା, ସ୍କନ୍ଦମାତା,କାତ୍ୟାୟନୀ,କାଳରାତ୍ରି,ମହାଗୌରୀ ଏବଂ ସିଦ୍ଧିଦାତ୍ରୀ ଭଳି ୯ଟି ଅଲଗା ଅଲଗା ରୂପ ରହିଛି।

ନବରାତ୍ରିର ପ୍ରଥମ ଦିନ ଘଟ ସ୍ଥାପନ କରାଯାଇଥାଏ। ଏହି ନବରାତ୍ରିରେ ଲୋକେ ୯ଦିନ ଯାଏଁ ବ୍ରତ ରଖିଥାଆନ୍ତି। ଅଷ୍ଟମୀ ଏବଂ ନବମୀ ଦିନ କନ୍ୟାଙ୍କୁ ପୂଜା କରାଯାଇଥାଏ।

ଜାଣନ୍ତୁ ଶାରଦୀୟ ନବରାତ୍ରିର ସମସ୍ତ ତିଥି ବିଷୟରେ:

ନବରାତ୍ରିର ମହତ୍ତ୍ବ : ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ବ ରହିଛି। ବର୍ଷରେ ୪ଥର ନବରାତ୍ରି ପଡ଼ିଥାଏ। ଚୈତ୍ର ଏବଂ ଆଶ୍ବିନ ମାସର ଶୁକ୍ଳ ପକ୍ଷ ପ୍ରତିପଦାଠୁ ନବମୀ ଯାଏଁ ପଡ଼ୁଥିବା ନବରାତ୍ରି ଅତ୍ୟନ୍ତ ଲୋକପ୍ରିୟ ହୋଇଥାଏ। ଏହା ବ୍ୟତୀତ ଆଷାଢ଼ ଏବଂ ମାଘ ମାସରେ ଗୁପ୍ତ ନବରାତ୍ରି ପଡ଼ିଥାଏ। ତନ୍ତ୍ର ସାଧନା ପାଇଁ ଗୁପ୍ତ ନବରାତ୍ରିର ବିଶେଷ ମହତ୍ତ୍ବ ରହିଥାଏ। ଦେବୀ ମାଆଙ୍କୁ ପ୍ରସନ୍ନ କରିବା ପାଇଁ ତାନ୍ତ୍ରିକ ତନ୍ତ୍ର ସାଧନା କରିଥାଆନ୍ତି।

କିନ୍ତୁ ସିଦ୍ଧି ସାଧନା ପାଇଁ ଶାରଦୀୟ ନବରାତ୍ରିର ବିଶେଷ ମହତ୍ତ୍ବ ରହିଥାଏ। ନବରାତ୍ରିର ଦଶମ ଦିନକୁ ବିଜୟ ଦଶମୀ ବା ଦଶହରା ଭାବେ ପାଳନ କରାଯାଏ । ଏହି ଦିନ ଅଧର୍ମ ଉପରେ ନ୍ୟାୟର ବିଜୟ ହୋଇଥିବାରୁ ଏହାକୁ ବିଜୟା ଦଶମୀ ବୋଲି କୁହାଯାଏ ।

ନବରାତ୍ରର କେଉଁ ଦିନରେ କେଉଁରୂପରେ ଦର୍ଶନ ଦେବେ ମାଆ…

ସେପ୍ଟେମ୍ବର ୨୯: ପ୍ରଥମ ଦିନ, ଘଟ ସ୍ଥାପନ-: ଶୈଳପୁତ୍ରୀ

ସେପ୍ଟେମ୍ବର୩୦: ଦ୍ବିତୀୟ ଦିନ -: ବ୍ରହ୍ମଚାରିଣୀ ପୂଜା

ଅକ୍ଟୋବର ୧: ତୃତୀୟ ଦିନ–: ଚନ୍ଦ୍ରଘଣ୍ଟା ପୂଜା

ଅକ୍ଟୋବର ୨: ଚତୁର୍ଥ ଦିନ–: କୁଷ୍ମଣ୍ଡା ପୂଜା

ଅକ୍ଟୋବର ୩: ପଞ୍ଚମ ଦିନ-: ସ୍କନ୍ଦମାତା ପୂଜା

ଅକ୍ଟୋବର ୪: ଷଷ୍ଠ ଦିନ–: କାତ୍ୟାୟନୀ ପୂଜା

ଅକ୍ଟୋବର ୫: ସପ୍ତମ ଦିନ–: କାଳରାତ୍ରି ପୂଜା

ଅକ୍ଟୋବର ୬: ଅଷ୍ଟମ ଦିନ-: ମହାଗୌରୀ ,ମହା ଅଷ୍ଟମୀ

ଅକ୍ଟୋବର ୭: ନବମୀ ଦିନ-: ନବରାତ୍ରି ପାରଣ

ଅକ୍ଟୋବର ୮: ଦଶମୀ ଦିନ, ବିଜୟା ଦଶମୀ-:ଦୁର୍ଗା ବିସର୍ଜନ

Leave A Reply

Your email address will not be published.