Latest Odisha News

BREAKING NEWS

କଣ ମାଧୁରୀଙ୍କ ସଫଳ ବ୍ୟବାହିକ ଜୀବନର ରାଜ୍, ଖୁଲାସା କଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ତାରକା ମାଧୁରୀ ଦୀକ୍ଷିତ ନେନେଙ୍କ ବିବାହକୁ ଇତି ମଧ୍ୟରେ 25 ବର୍ଷ ବିତିଗଲାଣି l ଦୀର୍ଘ 25 ବର୍ଷର ତାଙ୍କର ସଫଳ ବୈବାହିକ ଜୀବନକୁ ନେଇ ଅଭିନେତ୍ରୀ ନିଜର ମନକଥା ସେୟାର କରିଛନ୍ତି l ଏକ ସୁଖୀ ଏବଂ ସଫଳ ପାର୍ଟନର ପାଇବା ସହଜ ନୁହେଁ ବୋଲି ସ୍ୱୀକାର କରିଛନ୍ତି ମାଧୁରୀ l 1999 ମସିହା ଅକ୍ଟୋବର ମାସରେ କାଲିଫର୍ନିଆର ହୃଦ୍‌ରୋଗ ସର୍ଜନ ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ ମାଧୁରୀ । ସାଉଥ୍ କାଲିଫର୍ଣ୍ଣିଆରେ ଥିବା ଅଭିନେତ୍ରୀଙ୍କ ବଡ ଭାଇଙ୍କ ବାସଭବନରେ ଏହି ବିବାହ ହୋଇଥିଲା। 2003 ରେ ମାଧୁରୀ ତାଙ୍କର ପ୍ରଥମ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ l ଏହାପରେ 2005ରେ ତାଙ୍କର ଦ୍ଵିତୀୟ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଥିଲା l

ମାଧୁରୀଙ୍କ କହିବା ଅନୁସାରେ, “ଏକ ବୈବାହିକ ଜୀବନରେ ଅନେକ ଘଟଣା ଘଟେ l କିଛି ପାଇବା ଓ କିଛି ହରେଇବାର ଅର୍ଥ ହେଉଛି ବୈବାହିକ ଜୀବନ l ଆମକୁ ବୁଝିବାକୁ ପଡିବ ଯେ ଗୋଟେ ଛାତ ତଳେ ଆମେ ଦୁଇ ଜଣ ରହୁଛେ l ତେଣୁ ନେଗେଟିଭ ଏବଂ ପଜିଟିଭ ସାମଞ୍ଜସ୍ୟ ରହିବ l ତେଣୁ ସେସବୁକୁ ବୁଝି ଚାଲିବାକୁ ହେବ l ମାଧୁରୀ ଆହୁରି ମଧ୍ୟ କହିଛନ୍ତି ଯେ ବିବାହକୁ ସଫଳ କରିବା ପାଇଁ ପ୍ରତ୍ୟେକ ଦିନ କାମ କରିବାକୁ ପଡିବ। ଏହା ଏତେ ସହଜ ନୁହେଁ। ଆପଣଙ୍କୁ ପ୍ରତିଦିନ ସମସ୍ତଙ୍କ ମନ ପସନ୍ଦ ଅନୁଯାୟୀ ବୁଝିସୁଝି କାମ କରିବାକୁ ପଡିବ l ପରସ୍ପରକୁ ସମ୍ମାନ ଦେବା ଉଚିତ୍। ପରସ୍ପର ପ୍ରତି ସମାନ ପ୍ରେମ ରହିବା ଉଚିତ୍। ପରସ୍ପର ପାଇଁ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ରହିବା ଉଚିତ୍। ତେଣୁ ମୋର ଭାବନା ଯେ ଏହି ସବୁ ଜିନିଷ ଏକ ବୈବାହିକ ଜୀବନକୁ ସଫଳ କରିଥାଏ।

କହିରଖୁଛୁ ଯେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ପ୍ରାୟ ଚାରି ଦଶନ୍ଧି ଧରି ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି l 1984 ରେ ରିଲିଜ ହୋଇଥିଲା ‘ଅବୋଧ’ ଚଳଚ୍ଚିତ୍ରରୁ ସେ ନିଜରର କ୍ୟାରିଅର୍ ଆରମ୍ଭ କରିଥିଲେ l ଏହାପରଠାରୁ ସେ କେବେ ଅଟକି ନାହାନ୍ତି l ଏହାରିଭିତରେ ସେ ପ୍ରାୟ 70 ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି l ସିନେମା ଜଗତରେ ତାଙ୍କ ଯାତ୍ରା ସମୟରେ ମାଧୁରୀଙ୍କୁ ତାଙ୍କର ଅଭିନୟ ଏବଂ ନୃତ୍ୟ ଦକ୍ଷତା ପାଇଁ ମଧ୍ୟ ଅନେକ ପ୍ରଶଂସା ମିଳିଛି l 2008 ରେ ପଦ୍ମଶ୍ରୀ ସମେତ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ସେ l

ତେବେ ନିକଟରେ ରିଲିଜ ହୋଇଥିବା କାର୍ତ୍ତିକ ଆର୍ଯ୍ୟନ, ତୃପ୍ତି ଡ଼ିମିରି, ବିଦ୍ୟା ବାଲାନ ଏବଂ ମାଧୁରୀଙ୍କ ଅଭିନୀତ ‘ଭୁଲ ଭୁଲେୟା-3’କୁ ନେଇ ମାଧୁରୀ କହିଛନ୍ତି ଯେ, ଯେତେବେଳେ ମୁଁ ‘ଭୁଲ ଭୁଲେୟା-3’ ‘ର ସ୍କ୍ରିପ୍ଟ ଶୁଣିଲି, ସେତେବେଳେ ମୋତେ ଲାଗିଲା ଯେ ମୋତେ ଏହା କରିବା ଉଚିତ l ଏହାସହ ମୋତେ ଏଇଟା ବି ଲାଗିଥିଲା କି ଏହି ଫିଲ୍ମ ମୋତେ କିଛି ଅଲଗା କରିବାକୁ ମୌକା ଦେଇଛି l ଲୋକମାନେ ମୋତେ ଏଭଳି ଅବତାରରେ କେବେ ଦେଖି ନଥିଲେ l ତେଣୁ ମୋତେ ଲାଗୁଛି ଯେ ଏହି ଫିଲ୍ମ ମୋ ବ୍ୟକ୍ତିତ୍ୱରେ ଏକ ନୂତନ ଦିଗ ଆଣିବା l

Comments are closed.