Latest Odisha News

BREAKING NEWS

ଆଜି ମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ

ଭୁବନେଶ୍ୱର: ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ଆଜି ମଣ୍ଡପରେ ମହାସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମହାମାୟାଙ୍କୁ ବିଲ୍ୱବରଣ କରାଯାଇଥିଲା । ସପ୍ତାମୀ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଆଧ୍ୟାତ୍ମିକ ପରିବେଶ । ଆଜି ମା’ଙ୍କୁ ଚକ୍ଷୁଦାନ ଦିଆଯିବ । ବେଦ ମନ୍ତ୍ର, ଚଣ୍ଡୀ ପାଠରେ କମ୍ପିବ ମଣ୍ଡପ ପରିବେଶ ।

ଏବର୍ଷ ବି କରୋନା କଟକଣାରେ ପୂଜା ହେଉଛି । ମଣ୍ଡପରେ ପୂଜକଙ୍କୁ ମିଶାଇ ସର୍ବାଧିକ ୭ ଜଣ ରହିପାରିବେ । ଭକ୍ତଙ୍କୁ ଦର୍ଶନ ମନା । ପୂଜା ପେଣ୍ଡାଲର ତିନି ପାର୍ଶ୍ୱକୁ ଆବଦ୍ଧ କରି ଦିଆଯାଇଛି । ସାମନା ପଟକୁ ପରଦା ଦ୍ୱାରା ଢାଙ୍କି ଦିଆଯାଇଛି । କିଛି ପୂଜା ମଣ୍ଡପ ମାଆଙ୍କର ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି । ସେପଟେ ଶକ୍ତିପୀଠରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.