Latest Odisha News

BREAKING NEWS

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କୁ କରୋନା

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଚିକିତ୍ସା ପାଇଁ ମୁମ୍ୱାଇର ଏକ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି । ଏନେଇ ଉପମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ଅଜିତ ପାଓ୍ୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ତାଙ୍କ ପାଖରେ କରୋନାର ଲକ୍ଷଣ ନଥିଲା । ଡାକ୍ତରଙ୍କ ପରାମର୍ଶ ଅନୁସାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସତର୍କ ରହିବା ପାଇଁ ଅନୁରୋଧ କରିଛନ୍ତି ଅଜିତ ପାଓ୍ୱାର ।

ପୂର୍ବରୁ ଅଜିତ ପାଓ୍ୱାର ଅସୁସ୍ଥତା ଅନୁଭବ କରୁଥିଲେ । ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଥିଲା । କୋଭିଡ୍ ଟେଷ୍ଟ କରାଇଥିଲେ । ରପୋର୍ଟ ପଜିଟିଭ୍ ଆସିଛି ।

Leave A Reply

Your email address will not be published.