Latest Odisha News

BREAKING NEWS

ବାପାଙ୍କ ଅଭାବ ପରିଲକ୍ଷିତ ହେବାରୁ ସିଲିକନରେ ଅବିକଳ ନକଲ ପ୍ରତିମୂର୍ତି କରି ଘରେ ରଖିଲେ ପୁଅ

ସାଙ୍ଗଲୀ: ମହାରାଷ୍ଟ୍ରର ସାଙ୍ଗଲୀ ଜିଲାରେ ବାପାଙ୍କ ପ୍ରତି ସମ୍ମାନ ଓ ସ୍ନେହର ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଅରୁଣ କୋରେ । ୨୦୨୦ରେ ବାପାଙ୍କ ମୃତ୍ୟୁ ପରେ ଅରୁଣଙ୍କୁ ସର୍ବଦା ତାଙ୍କ ଅଭାବ ପରିଲକ୍ଷିତ ହୋଇଥିଲେ । ତାଙ୍କ ବାପା ରାଓସାହେବ ଶାମରାଓ କୋରେ ପୋଲିସ ଇନ୍ସପେକ୍ଟର ଥିଲେ । ଅରୁଣ ସିଲିକନରେ ବାପାଙ୍କ ଅବିକଳ ପ୍ରତିମୂର୍ତି କରିବା ପାଇଁ ନିଷ୍ପତି ନେଇଥିଲେ । ମୂର୍ତିକାର ଶ୍ରୀଧର ୫ ମାସ ସମୟ ନେଇ ଏହାକୁ ନିର୍ମାଣ କରିଥିଲେ । ଏହା ଏତେ ଜୀବନ୍ତ ଲାଗୁଥିଲା ଯେ, କ୍ଷଣିକ ପାଇଁ ସମେସ୍ତ ଭୁଲି ଯାଉଥିଲେ ଯେ ଏହା ମୂର୍ତି ।

ଶାମରାଓ ଜଣେ ଦୟାଳୁ ବ୍ୟକ୍ତି ଭାବେ ଆଖପାଖ ଗ୍ରାମରେ ବେଶ ପରିଚିତ ଥିଲେ । ଏବେ ଏହି ମୂର୍ତିକୁ ଦେଖିବା ପାଇଁ ଲୋକଙ୍କ ଭୀଡ ଲାଗି ରହୁଛି । ଅରୁଣଙ୍କ ମତରେ ଏହା ମହାରାଷ୍ଟ୍ରର ପ୍ରଥମ ସିଲିକନ ମୂର୍ତି । ପ୍ରତ୍ୟେକ ଦିନ ପୋଷାକ ପରିବର୍ତନ କରାଯିବା ସହ ତାଙ୍କ ପୂଜାର୍ଚ୍ଚାନା କରାଯାଉଛି ।

Leave A Reply

Your email address will not be published.