Latest Odisha News

BREAKING NEWS

୭୫ତମ ସାଧାରଣତନ୍ତ୍ର ଦିବସ: ସୁବର୍ଣ୍ଣପୁରରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ଉଷା ଦେବୀ

ସୋନପୁର: ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ଉତ୍ସାହ ଦେଖାଦେଇଛି। କଶ୍ମୀରରୁ କନ୍ୟାକୁମାରୀ ଯାଏ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ । ଦେଶର କୋଣ ଅନୁକୋଣରେ ଉଡୁଛି ଜାତୀୟ ଧ୍ଵଜା । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ବର ଷ୍ଟାଡିୟମ ଠାରେ ୭୫ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି ।

ଜିଲ୍ଲା ସ୍ତରୀୟ ଏହି ଗଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀଭାବେ ଯୋଗ ଦେଇଥିଲେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ । ସେଠାରେ ସେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି । ଜିଲ୍ଲା ପୋଲିସ, ହୋମଗାର୍ଡ, ଏନ.ସି.ସି ଓ ବିଭିନ୍ନ ସ୍କୁଲ କଲେଜର ସ୍କାଉଟ୍-ଗାଇଡ୍ ର ମୋଟ ୩୭ଟି ଦଳ ଏହି ପ୍ୟାରେଡରେ ଭାଗନେଇଥିଲେ । ୧୦ଟି ପ୍ରଜ୍ଞାପନ ମେଢ ମଧ୍ୟ ପ୍ୟାରେଡରେ ଭାଗନେଇଥିଲେ  । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଶାରୀରିକ କ୍ରୀଡା ପ୍ରଦର୍ଶନ କରାଯାଇଥିଲା ।

 

Leave A Reply

Your email address will not be published.