Latest Odisha News

BREAKING NEWS

୪୭ ଲକ୍ଷ କୋଟି ଟଙ୍କାର ମାଲିକ ଇବ୍ରାହିମ ଇସ୍କନ୍ଦର ହେଲେ ମାଲେସିଆର ନୂଆ ରାଜା

କୁଆଲଲମ୍ପୁର: ମାଲସିଆର ଜୋହାର ରାଜ୍ୟର ସୁଲତାନ ଇବ୍ରାହିମ ଇସ୍କନ୍ଦର ଦେଶର ନୂଆ ରାଜା ହୋଇଛନ୍ତି । ବୁଧବାର ଶପଥ ଗ୍ରହଣ ସମାରୋହ ମହା ଧୂମଧାମରେ ଆୟୋଜିତ ହୋଇଯାଇଛି । ସେ ୫ବର୍ଷ ପାଇଁ ରାଜା ନିଯୁକ୍ତ ହୋଇଛନ୍ତି । ୧୯୫୭ରେ ବ୍ରିଟେନ କବଳରୁ ମୁକ୍ତ ହେବା ପରେ ମାଲେସିଆରେ ମଳୟ ରାଜ୍ୟ ଶାସକ ପାଳି କରି ୫ ବର୍ଷ ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି । ବ୍ଲୁମ୍ବର୍ଗ ରିପୋର୍ଟ ଅନୁସାରେ ସୁଲତାନଙ୍କ ପାଖରେ ୪୭.୩୩ ଲକ୍ଷ କୋଟି ଟଙ୍କାର ସମ୍ପତି ରହିଛି । ଏହା ବ୍ୟତୀତ ତାଙ୍କ ପାଖରେ ୩୦୦ ଲକଜରୀ କାର ରହିଛି । ଏହା ମଧ୍ୟରୁ ଆଡଲଫ ହିଟଲରଙ୍କ ଉପହାର କାର ମଧ୍ୟ ରହିଛି ।

ସୁଲତାନଙ୍କ ପାଖରେ ଗୋଲ୍ଡ ରଙ୍ଗର ବୋଇଂ ୭୩୭ ସମେତ ପ୍ରାଇଭେଟ ଜେଟ ଓ ପ୍ରାଇଭେଟ ଆର୍ମି ମଧ୍ୟ ରହିଛି । ମାଲେସିଆ ବ୍ୟତୀତ ସିଙ୍ଗାପୁରରେ ମଧ୍ୟ ସୁଲତାନଙ୍କ କୋଟି କୋଟି ଟଙ୍କାର ଜମି, ପାର୍କ ଓ ବଟନିକାଲ ଗାର୍ଡେନ ରହିଛି । ତାଙ୍କର ୫ ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ସେମାନଙ୍କ ମଧ୍ୟରୁ ବଡ ପୁଅ ଟୁକୁ ଇସମାଇଲ ଭାରତୀୟ ସେନାର କ୍ୟାପଟେନ ରହି ସାରିଛନ୍ତି । ରାଜା ହେବା ପରେ ସେ ସ୍ପଷ୍ଟ ଭାବେ କହିଛନ୍ତି ମୁଁ ସରକାରଙ୍କ କାଠ କଣ୍ଢେଇ ହେବି ନାହିଁ । ତୁମ ପାଖରେ ୨୨୨ ସାଂସଦ ଥିବା ବେଳେ ମୋ ପାଖରେ ଜନତା ଅଛନ୍ତି ।

Leave A Reply

Your email address will not be published.