Latest Odisha News

BREAKING NEWS

ମଳିପଡା ଯୁବତୀ ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତକୁ ଆଜି ପୋଲିସ ରିମାଣ୍ଡରେ ନେବ

ପୁରୀ : ପ୍ରେମିକାକୁ ହତ୍ୟା କରିବା ଅଭିଯୋଗରେ ମୁଖ୍ୟ ଆସାମୀ ଯୁଧିଷ୍ଠିର ସ୍ୱାଇଁଙ୍କୁ ସତ୍ୟବାଦୀ ଥାନା ପୋଲିସ ଆଜି ରିମାଣ୍ଡରେ ନେବେ । ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା ଥାନା ଅନ୍ତର୍ଗତ ମଳିପଡା ଗ୍ରାମର ଚନ୍ଦକା ଗତ ଜଙ୍ଗଲରୁ ଡିସେମ୍ବର ୨୦ ତାରିଖରେ ଏକ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା ।

ଉକ୍ତ ମହିଳାଙ୍କ ମୃତଦେହ ଜବତ ହେବାର ୩ଦିନ ପରେ, ସତ୍ୟବାଦୀ ପୋଲିସ ରବିବାର ଦିନ ଡେଲାଙ୍ଗ ପୋଲିସ ଥାନା ଅନ୍ତର୍ଗତ କୁଞ୍ଜରା ଗ୍ରାମରେ ଥିବା ଅଭିଯୁକ୍ତଙ୍କ ଘରେ ଚଢାଉ କରି ଅଭିଯୁକ୍ତ ଯୁଧିଷ୍ଠିର ସ୍ୱାଇଁ ଓ ତାର ପରିବାରର ୫ଜଣ ସଦସ୍ୟଙ୍କୁ ପଚରାଉଚରା କରିଛି । ସେଠାରୁ ପୋଲିସ ମୃତ ମହିଳାଙ୍କର ବ୍ୟବହୃତ ପୋଷାକ, ଚପଲ, ବିବାହ ପଞ୍ଜୀକରଣ ପ୍ରମାଣପତ୍ର ଆଦି ଜବତ କରିଥିଲା । ଏଥିସହିତ ଏହି ହତ୍ୟାକାଣ୍ଡ ମଳିପଡାରେ ନା ଆଉ କେଉଁଠି ହୋଇଛି, ସେନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି ।

ଗତ ଡିସେମ୍ବର ୧୩ ତାରିଖରେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ନିଜ ଗ୍ରାମକୁ ଅପହରଣ କରି ଆଣିବା ପରେ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ନେଇ ପୋଲିସ ସନ୍ଦେହ ପ୍ରକାଶ କରିଛି । ପରେ ପରେ ଅଭିଯୁକ୍ତ ଓ ତାର ପରିବାର ମିଶି ଯୁବତୀଙ୍କର ତିଣ୍ଟି ଚିପି ହତ୍ୟା କରିଥିବା ଏବଂ ହତ୍ୟା ପରେ ମୃତଦେହକୁ ମାଳିପଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଫୋପାଡି ଦେଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ମୃତକଙ୍କ ପରିବାର ଲୋକେ ଡିସେମ୍ବର ୧୫ ତାରିଖରେ ସତ୍ୟବାଦୀ ପୋଲିସ ନିକଟରେ ଏକ ମାମଲା ଦାଏର କରିଥିଲେ । ଏହି ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

Leave A Reply

Your email address will not be published.