Latest Odisha News

BREAKING NEWS

ଝାରସୁଗୁଡ଼ା: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଭୋଇମୁଣ୍ଡା ନିକଟରେ ସୋମବାର ସକାଳୁ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଏକ ହାତୀ ଗ୍ରାମ ମଧ୍ୟକୁ ପଶି ଆସିଥିଲା । ହାତୀକୁ ଦେଖି ଗ୍ରାମବାସୀ ଆତଙ୍କିତ ହୋଇପଡିଥିବା ବେଳେ ଦୁର୍ଭାଗ୍ୟବଶତଃ ଜଣେ ଉକ୍ତ ମହିଳା ଜଣଙ୍କ ହାତୀ ସମ୍ମୁଖରେ ପଡ଼ି ଯିବା ପରେ ହାତୀଟି ତାଙ୍କୁ ଦଳି ଦେଇଥିଲା।

ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ଓ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ଡିସେମ୍ବର ୧୦ ତାରିଖରେ ମଧ୍ୟ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ମିଳିଥିବା ସୂଚନା ଅନୁଯାୟୀ ଢେଙ୍କାନାଳ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଖଲିବାହାଲ ଗ୍ରାମର ନିରୁପମା ବିଶ୍ୱାଳ ନାମ୍ନୀ ଜନୈକ ମହିଳା ନିରୁପମା ମର୍ଣ୍ଣିଂ ଓ୍ୱାକରେ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ଏହି ସମୟରେ ହାତୀଟି ସମ୍ପୃକ୍ତ ମହିଳାଙ୍କୁ ଶୁଣ୍ଡରେ ଉଠାଇ କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଅନେକ ସମୟ ଧରି ନିରୁପମା ଘରକୁ ନ ଫେରିବାରୁ ପରିବାର ପକ୍ଷରୁ ତାଙ୍କୁ ଖୋଜାଖୋଜି କରାଯାଇଥିଲା ବେଳେ ଘରଠାରୁ ଅନତି ଦୂରରେ ତାଙ୍କ ମୃତଦେହ ପଡିଥିବା ନେଇ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.