Latest Odisha News

BREAKING NEWS

ବମ୍ ବିସ୍ଫୋରଣରେ ହରେଇଲେ ହାତ, ହେଲେ ଭାଗ୍ୟ ଦେଲା ସାଥ୍, ଆଉ ଏବେ …..

ଜୟପୁର: କୁହନ୍ତି ଇଛା ଶକ୍ତି ଆଗରେ ହାର୍ ମାନେ ସବୁ କଠିନ ପରିସ୍ଥିତି । ଯଦି ଇଛା ଶକ୍ତି ଦୃଢ଼ ଥାଏ ତେବେ ସବୁକିଛି ସମ୍ଭବ । ଆଜି ଆମେ ଆପଣଙ୍କୁ ଜଣେ ସେହିପରି ମହିଳାଙ୍କ ବିଷୟରେ କହିବୁ ଯିଏ ନିଜର ଇଛା ଶକ୍ତି ଦ୍ୱାର ଜଣେ ପ୍ରସିଦ୍ଧ ମୋଟିଭେସନଲ ସ୍ପିକର ହୋଇପାରିଛନ୍ତି । ନାଁ ତାଙ୍କର ମାଲଭିକା ଆୟର ।

ମାଲଭିକା ଆୟରଙ୍କ କାହାଣୀ ସାହସ ଓ ସଂକଳ୍ପର ଏକ କାହାଣୀ । ୧୩ ବର୍ଷ ବୟସରେ ବୋମା ମାଡ଼ରେ  ହାତ ହରାଇବା ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ଠାରୁ ସମ୍ବର୍ଦ୍ଧିତ ହେବା ଯାଏଁ ପ୍ରତିଟି ଅଧ୍ୟାୟ ରୋମାଞ୍ଚରେ ଭରା । ମାଲଭିକା ଆୟର ଆଜି ଜଣେ ପ୍ରସିଦ୍ଧ ମୋଟିଭେସନଲ ସ୍ପିକର । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସେ ରୋଲ ମଡେଲ । ତାମିଲନାଡୁ କୁମ୍ଭକୋନମ ଠାରେ ୧୯୮୯ ଫେବୃଆରୀ ୧୮ରେ ଜନ୍ମିତ ମାଲଭିକା ଆୟର ରାଜସ୍ଥାନର ବିକାନେରର ସ୍ଥାୟୀ ବାସିନ୍ଦା ହୋଇଯାଇଛନ୍ତି । ଟିଚିଙ୍ଗ ,ଡ୍ୟାନ୍ସ ,ଡିଜାଇନରେ ତାଙ୍କର ରୁଚି ତାଙ୍କୁ ପ୍ରସିଦ୍ଧି ଆଣିଦେଇଛି  । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସେ ନାରୀଶକ୍ତି ସମ୍ମାନ ଗ୍ରହଣ କରିଛନ୍ତି । ହାତ କଟିଯିବା ପରେ ସେ ନିଜର ଲକ୍ଷ ସ୍ଥିର କରି ଆଗକୁ ବଢ଼ିଛନ୍ତି ଓ ଏକାଧିକ କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶିତ କରି ସୁନାମ ପାଇଛନ୍ତି ।

ମାଲଭିକା ଆୟରଙ୍କୁ ଯେତେବେଳେ ୧୩ ବର୍ଷ ହୋଇଥିଲା ସେତେବେଳେ ସେ ଏକ ବମ୍ ବିସ୍ଫୋରଣର ସମ୍ମୁଖୀନ ହୋଇଥିଲେ । ଏବଂ ଏହି  ଦୁର୍ଘଟଣାରେ ତାଙ୍କର ଦୁଇ ହାତର ପାପୁଲି କଟିଯାଇଥିଲା । ତା ସହ ଗୋଡ଼ରେ ମଧ୍ୟ ଗୁରୁତର ଆଘାତ ଲାଗିଥିଲା । ମେଡିକାଲ ଶଯ୍ୟାରେ ସେ ଦୀର୍ଘ ୧୮ ମାସ ପଡିରହିଥିଲେ  । ଗୋଟିଏ ପରେ ଗୋଟିଏ ସର୍ଜରୀ ସାଙ୍ଗକୁ ଶାରୀରିକ ଯନ୍ତ୍ରଣା ସତ୍ତ୍ୱେ ସେ ୧୦ମ ଶ୍ରେଣୀ ପରୀକ୍ଷା ଦେଇ ୯୭ ପ୍ରତିଶତ ନମ୍ବର ରଖି ରାଜ୍ୟରେ ଟପ୍ପର ହୋଇଥିଲେ । ମାଲଭିକା ଆୟରଙ୍କ ନିକଟରେ ଏଭଳି ଅଦ୍ଭୁତ ସକରାତ୍ମକ ଶକ୍ତି ବାବଦରେ ଜାଣିବା ପରେ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଏ ପି ଜେ ଅବଦୁଲ କଲାମ ତାଙ୍କୁ ରାଷ୍ଟ୍ରପତି ଭବନଙ୍କୁ ଡ଼କାଇ ସମ୍ବର୍ଦ୍ଧିତ କରିଥିଲେ ।

 

Leave A Reply

Your email address will not be published.