Latest Odisha News

ଜେଏନୟୁରେ ସ୍କ୍ରିନିଂ କରାଯିବ ବିବାଦୀୟ ଫିଲ୍ମ ୭୨ ହୁଁରେ

ନୂଆଦିଲ୍ଲୀ: ପାଂଚ ବର୍ଷ ତଳେ ଭାରତର ଆନ୍ତର୍ଜାତୀୟ ଫିଲ୍ମ ସମାରୋହରେ ୭୨ ହୁଁରେ ଫିଲ୍ମ ଦେଖା ଯାଇଥିଲା । ଏହି ଫିଲ୍ମ ଏବେ ୭ ଜୁଲାଇରେ ଫିଲ୍ମ ହଲରେ ରିଲିଜ ହେବାକୁ ଯାଉଛି । ଫିଲ୍ମକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ଏହାକୁ ଜେଏନୟୁରେ ସ୍କ୍ରିନିଂ ପାଇଁ ଯୋଜନା କରାଯାଇଛି । ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଯୁବକମାନଙ୍କୁ କିଭଳି ଆତଙ୍କବାଦୀ ଭାବେ ତିଆରି କରାଯାଉଛି ଦର୍ଶାଯାଇଥିବାକୁ ବିରୋଧ କରିଛନ୍ତି । ଏହା ଦ୍ୱାରା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ଅସନ୍ତୋଷ ଜାଗ୍ରତ ହେବ ସେମାନେ କହିଛନ୍ତି । ମୌଲାନା ସାଜିଦ ରଶିଦଙ୍କ ମତରେ ୭୨ ହୁଁରେ ନେଇ ଭୁଲ ଭାବେ ଉପସ୍ଥାପନ କରାଯାଉଛି ।

ଅପରପକ୍ଷରେ ଜାତୀୟ ଫିଲ୍ମ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ସଞ୍ଜୟ ପୁରନ ସିଂ ଚୌହ୍ୱାନ ଏହା ମାଧ୍ୟମରେ ଯୁବ ପିଢ଼ୀ ଆତଙ୍କବାଦୀ ପରି ଗମ୍ଭୀର ମାମଲା ସମ୍ପର୍କରେ ଅବଗତ ହେବେ । ସ୍କ୍ରିନିଂ ପରେ ସେମାନଙ୍କ ମତାମତ ନିଆଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.