Latest Odisha News

BREAKING NEWS

ମୋଦିଙ୍କୁ ଭେଟିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ:  ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ହେବ । ଏନଡିଏ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ଥିବାବେଳେ ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ମମତା ବାନାର୍ଜୀ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ଲାଗି ରହିଛି ।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଘଂଟା ଧରି ଆଲୋଚନା କରିଥିଲା ବେଳେ କଣ ଆଲୋଚନା ହୋଇଛନ୍ତି ଉଭୟ ନେତା ତାହା ଜଣାପଡିନାହିଁ ।  ମମତା ୭ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗଦେବେ। ଆସନ୍ତାକାଲି ନିର୍ବାଚନରେ ତାଙ୍କ ସାଂସଦମାନେ କାହାକୁ ଭୋଟ ଦେବେନି ବୋଲି ପୂର୍ବରୁ ଘୋଷଣା କରିଛନ୍ତି ।

ଏହାପୂର୍ବରୁ ସେ ମୋଦିଙ୍କୁ ଭେଟି ରାଜ୍ୟର ବାକି ରହିଥିବା ଜିଏସ୍‌ଟି ବାବାଦ ଅର୍ଥ ଦେବାକୁ ଅନୁରୋଧ କରିଛନ୍ତି। ଏଥିସହ ଆହୁରି ଅନେକ ପ୍ରସଙ୍ଗରେ ଉଭୟ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ମମତା ବାନାର୍ଜୀ ସାକ୍ଷାତ କରିବାର ସଂଭାବନା ରହିଛି । ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ମମତାଙ୍କ ସହ ଏହା ତାଙ୍କର ପ୍ରଥମ ଭେଟଘାଟ ହେବ ।

Leave A Reply

Your email address will not be published.