Latest Odisha News

BREAKING NEWS

ଭୁବନେଶ୍ୱର: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ଶନିବାର ରାତିରେ ରାସ୍ତାରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁର ରେଲୱେ କ୍ରସିଂ ନିକଟସ୍ଥ ରାସ୍ତାରେ ରଘୁନାଥନଗରର ୨୫ ବର୍ଷୀୟ ଯୁବକ ଟିଟନକୁ କିଛି ଯୁବକ ପିଟିପିଟି ହତ୍ୟା କରିଛନ୍ତି । ତେବେ ବଚସାରୁ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଥିଲେ ବି ଘଟଣାର ପ୍ରକୃତ ରହସ୍ୟ ଏଯାଏଁ ଜଣାପଡ଼ିନାହିଁ ।

ମିଳିଥିବା ସୂଚନା ମୁତାବକ ଶନିବାର ରାତି ୮ଟା ସମୟରେ ବାହାଦଲପୁର ରେଲୱେ କ୍ରସିଂ ନିକଟରେ ଟିଟନ ତାଙ୍କର ୨ ଜଣ ସାଙ୍ଗଙ୍କ ସହିତ ବସିଥିଲେ । ଏହି ସମୟରେ ସୁନ୍ଦରପଦା ଆଡୁ ବାହାଦଲପୁରର ଜଣେ ଯୁବକ ତାଙ୍କ ମା’ଙ୍କୁ ବାଇକ୍ରେ ବସାଇ ଆଣୁଥିଲେ । କୌଣସି କାରଣରୁ ଯୁବକ ଓ ଟିଟନଙ୍କ ସହିତ ବଚସା ହେଲା । ଫଳରେ ଯୁବକ ଜଣକ ଫୋନକରି କିଛି ଯୁବକଙ୍କୁ ଗାଁରୁ ଡ଼କାଇଥିଲେ । ପ୍ରାୟ ୨୦ ଜଣ ଯୁବକ ପିଟିପିଟି ଅଧମରା କରି ରାସ୍ତାରେ ପକାଇ ଚାଲି ଯାଇଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଓ ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ଟିଟନକୁ ଉଦ୍ଧାର କରିଥିଲେ । ଟିଟିନକୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାକୁ ନେଉଥିଲେ ପୋଲିସ, ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ଏହି ଘଟଣାରେ ପୋଲିସ ଛାନଭିନ୍ନ କରିବାରେ ଲାଗିଛି । କେଉଁମାନେ ଏହି ହତ୍ୟାକାଣ୍ଡ ସହିତ ସମ୍ପୃକ୍ତ ତାହା ପୋଲିସ ଚିହ୍ନଟ କରିବାରେ ଲାଗିଛି । ଯୁବକଙ୍କ ଦୁଇ ସାଙ୍ଗଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ ।

ତେବେ ଟିଟନର ପରିବାର ପାଖରେ ବସିଥିବା ୨ଜଣ ବନ୍ଧୁଙ୍କୁ ଏହି ହତ୍ୟାକାଣ୍ଡ ସହିତ ସଂପୃକ୍ତି ରହିଥିବା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ଅନୁସନ୍ଧାନ କରୁଛନ୍ତି ।

Leave A Reply

Your email address will not be published.