Latest Odisha News

BREAKING NEWS

ଶିଳ୍ପପତି ମହିମା ମିଶ୍ରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟ ସୋମବାର ଦିନ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ପାରରଦୀପ ତାରିଣୀପଡ଼ା ଓ କଟକ ଖାନନଗର ବୋମାମାଡ଼ ମାମଲାରେ ହାଇକୋର୍ଟ ମହିମାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଶିଳ୍ପପତି ମହିମା ମିଶ୍ରଙ୍କୁ ହାଇକୋର୍ଟ ୧ଲକ୍ଷ ଟଙ୍କିଆ ୨ଜଣିଆ ଜାମିନଦାରଙ୍କ ବଦଳରେ ଜାମିନରେ ମୁକୁଳିବେ । ତେବେ କୌଣସି ସାକ୍ଷ୍ୟଙ୍କୁ କୌଣସିମତେ ପ୍ରଭାବିତ ନ କରିବାକୁ ହାଇକୋର୍ଟ ରଖିଛନ୍ତି ସର୍ତ୍ତ । ଏଥିସହିତ ଚାଲିଥିବା ସମସ୍ତ ମାମଲାରେ ତଦନ୍ତରେ ସାହାଯ୍ୟ କରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି । ହାଇକୋର୍ଟ ମହିମାଙ୍କର ପାସପୋର୍ଟ କୋର୍ଟରେ ଦାଖଲ କରିବାକୁ ସର୍ତ୍ତାବଳୀରେ ଉଲ୍ଲେଖ ରହିଛି ।

ଅବଶ୍ୟ ମହିମା ମିଶ୍ରଙ୍କୁ ସି’ୱେଜ୍ ସିପିଂ ଜିଏମ ହତ୍ୟା ମାମଲାରେ ଜାମିନ ମିଳିସାରିଛି । ଏବେ ଜେଲରୁ ମୁକୁଳି ପାରିବେ ଶିଳ୍ପପତି ମହିମା ମିଶ୍ର । ଅଧୁନା ମହିମା ମିଶ୍ର ଚୌଦ୍ୱାର ସ୍ଥିତ ଜେଲରେ ଅଛନ୍ତି ।

Leave A Reply

Your email address will not be published.