Latest Odisha News

BREAKING NEWS

ଶୌଚ ହେବାକୁ ନଦୀକୁ ଯାଇଥିବାବେଳେ ଦଳିଦେଲା ଦନ୍ତା, ଜଣେ ମୃତ

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ବ୍ଲକ ତଣ୍ଡରା ଗ୍ରାମରେ  ହାତୀ ଆତଙ୍କ । ଶୌଚ ହେବାକୁ ନଦୀକୁ ଯାଉଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ଜଣଙ୍କ ହେଲେ ଉପେନ୍ଦ୍ର କର ।

ସୂଚନା ମୁତାବକ, ଆଜି ସକାଳେ ଉପେନ୍ଦ୍ର ଶୌଚ ହେବାକୁ ଯାଉଥିବା ଏକ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ । ଦନ୍ତା ହାତୀ ଟି ତାଙ୍କୁ ଟେକି କଚାଡି ଦେଇଥିବାରୁ ଘଟଣାସ୍ଥଳରେ ହିଁ ଉପେନ୍ଦ୍ରଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଦନ୍ତା ହାତୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବାବେଳେ, ବନ ବିଭାଗକୁ ଖବର ଦେଇଥିଲେ ।

ଗାଁରେ ବନ ବିଭାଗ ଅଧିକାରୀ ଓ ପୋଲିସ ପହଞ୍ଚି ଘଟଣାରେ ଲୋକଙ୍କୁ ଭୟଭୀତ ନ ହେବାକୁ କହି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଉକ୍ତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.