Latest Odisha News

BREAKING NEWS

ଭିଜିଲାନ୍ସ ଟ୍ରାପରେ କିରାଣୀ; ୬ଟି ଘରେ ଚାଲିଛି ଚଢାଉ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ରଖିଥିବା ବ୍ୟକ୍ତିଙ୍କୁ ଛାଡୁନି କ୍ରାଇମବ୍ରାଞ୍ଚ । ଗତକାଲି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍‌ର ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ  କିଶୋରଚନ୍ଦ୍ର ନାୟକଙ୍କୁ ଅଧାବାଟରୁ ମାଡି ବସିଥିଲା କ୍ରାଇମବ୍ରାଞ୍ଚ । ଆଜି ଧରିଛି ଜଣେ ଆରଡବ୍ଲୁ କିରାଣିଙ୍କୁ ଧରିଛି ଭିଜିଲାନ୍ସ ।

ଭିଜିଲାନ୍ସ ଜାଲରେ ପଡିଛନ୍ତି  ରାଉରକେଲା RW ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍‌ରେ କାର୍ଯ୍ୟରତ  କିରାଣି  ନନ୍ଦୀ କିଶୋର ନାଥ । ତାଙ୍କର ଅଫିସ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ   ଚଢାଉ ହୋଇଛି ।

ସକାଳୁ ସକାଳୁ ତାଙ୍କର ପାନପୋଷ ସ୍ଥିତ ସରକାରୀ ବାସଭବନ, ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ଫ୍ଲାଟ, ବରଗଡ଼ରେ ଥିବା ପୈତୃକ ଘର, ରାଉରକେଲାରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଇଁଠାପଲ୍ଲୀରେ  ଥିବା ଘର, ସମ୍ବଲପୁରରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ ଚାଲିଛି।

୩ ଡିଏସ୍‌ପି, ୯ ଇନ୍ସପେକ୍ଟର, ଜଣେ ଏସ୍‌ଆଇ, ୨ ଜଣ ଏଏସ୍‌ଆଇ ଏହି ଚଢାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ପ୍ରକ୍ରିୟା ଚାଲିଛି । ଚଢାଉ ଶେଷ ହେବା ପରେ  ସବିଶେଷ ସୂଚନା ମିଳିପାରିନି।

Leave A Reply

Your email address will not be published.