Latest Odisha News

BREAKING NEWS

“ଇଲେକ୍ଟ୍ରିକ୍ ବଲ୍‌ବ”ର ଦାମ୍ ୯ ଲକ୍ଷ ଟଙ୍କା !

ବରେଲି (ଉ.ପ୍ର): ବେଶ କିଛିଦିନ ପୂର୍ବରୁ ମିରଟ୍‌ରେ ଦୁଇ ଜଣ ବ୍ୟକ୍ତି ଆଲ୍ଲାଦିନର ଚିରାଗକୁ ଜଣେ ଡାକ୍ତରଙ୍କୁ ଅଢେଇ କୋଟି ଟଙ୍କାରେ ବିକ୍ରୟ କରିଥିଲେ । ତେବେ ପରବର୍ତ୍ତି ସମୟରେ ତାହା ନକଲି ବୋଲି ଜଣାପଡିଥିଲା । ଏବେ ଉତ୍ତରପ୍ରଦେଶର ବରେଲିରେ ସାମ୍ନାକୁ ଆସିଛି ଆଉ ଏକ ଚକିତକର ଘଟଣା । ଜଣେ ବ୍ୟବସାୟୀଙ୍କୁ କୁହୁକ ବଲ୍‌ବ ନାଁରେ ଏକ ସାଧାରଣ ଇଲେକ୍ଟ୍ରିକ୍ ବଲ୍‌ବକୁ ବିକ୍ରୟ କରି ତିନିଜଣ ବ୍ୟକ୍ତି ୯ଲକ୍ଷ ଟଙ୍କା ଠକିନେଇଥିବା ମାମଲା ସାମ୍ନାକୁ ଆସିଛି ।

କୁହୁକ ବଲ୍‌ବ ରଖିଲେ ସୁନା ଓ ରୂପା ଭଳି ମୂଲ୍ୟବାନ ଧାତୁ ମିଳିବ । ଘରକୁ ଫେରିବ ସୁଃଖଶାନ୍ତି । କିଛି ଏପରି କହି ବ୍ୟବସାୟୀଙ୍କୁ ତିନିଜଣ ବ୍ୟକ୍ତି ଭୁଆଁ ବୁଲାଇଥିଲେ । ମିଳିଥିବା ରିପୋର୍ଟ ଅନୁଯାୟୀ ଅଭିଯୁକ୍ତମାନେ ଲକ୍ଷ୍ମୀପୁରର ବାସିନ୍ଦା । ଏକ ଚୁମ୍ବକ ଜରିଆରେ ସେମାନେ ବଲ୍‌ବକୁ ବିଭିନ୍ନ ତରିକାରେ ଜଳାଇ ବ୍ୟବସାୟୀଙ୍କ ବିଶ୍ୱାସ ହାସଲ କରିଥିଲ । ଯାହାପରେ ସେମାନେ ୯ ଲକ୍ଷ ଟଙ୍କା ବିନିମୟରେ ସାଧାରଣ ବଲ୍‌ବକୁ ବିକି ଚମ୍ପଟ୍ ମାରିଥିଲେ ।

ଅନ୍ୟପଟେ କରୋନା ମହାମାରୀ ପାଇଁ ବିପୁଳ କ୍ଷତି ସହିଥିବା ବ୍ୟବସାୟୀ ଜଣକ ନିଜ ସ୍ଥିତି ସୁଧାରିବା ଆଶାରେ ସେମାନଙ୍କୁ ଟଙ୍କା ଧରାଇଦେଇଥିଲେ । ହେଲେ କୁହୁକ ବଲ୍‌ବର ସତ୍ୟତା ଜାଣି ବ୍ୟବସାୟୀ ଜଣକ ଥାନାରେ ତିନି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେବା ପରେ ମାମଲା ସାମ୍ନାକୁ ଆସିଥିଲା । ଠକେଇରେ ସାମିଲ ହୋଇଥିବା ତିନି ଅଭିଯୁକ୍ତ ହେଲେ ଛୁଟକନ୍ ଖାନ୍‌, ମାସୁମ୍ ଖାନ୍ ଓ ଇର୍ଫାନ୍ ଖାନ୍ । ଏତଲା ପାଇବା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲେ ସୁଦ୍ଧା ସେମାନଙ୍କର ପତ୍ତା ମିଳିନି ।

Leave A Reply

Your email address will not be published.