Latest Odisha News

BREAKING NEWS

ଆଜିଠୁ ଆରମ୍ଭ ମାଣବସା ଗୁରୁବାର, ପୂଜା ପାଉଛନ୍ତି ମା’ ଲକ୍ଷ୍ମୀ

ଭୁବନେଶ୍ବର : ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ପାଳନ କରାଯାଉଛି ମାର୍ଗଶିର ମାସ ଗୁରୁବାର । ଗୁରୁବାର ହେଉଛି ମା ଲକ୍ଷ୍ମୀଙ୍କ ପ୍ରିୟ ବାର । ଓଡ଼ିଆ ପରମ୍ପରା ଅନୁଯାୟୀ ଏହି ମାସର ଏକ ବିଶେଷ ମହତ୍ତ୍ବ ରହିଛି । ଏହି ମାସର ପ୍ରତ୍ୟେକ ଗୁରୁବାରରେ ଘରେ ଘରେ ମା ଲକ୍ଷ୍ମୀଙ୍କର ପବିତ୍ର ମାଣବସା ଓଷା ପାଳନ କରାଯାଏ  । ବ୍ରାହ୍ମଣ ଠାରୁ ଆରମ୍ଭ କରି ଚଣ୍ଡାଳ ଯାଏଁ ସମସ୍ତେ ରୀତିନୀତି ଅନୁସାରେ ଏହି ଓଷା ପାଳନ କରନ୍ତି । ମାର୍ଗଶିର ମାସ ଗୁରୁବାରର ଅନେକ ଗୁଡ଼ିଏ ନିୟମ ରହିଛି  । ଯାହାକୁ ନିଷ୍ଠାର ସହ ପାଳନ କରିବା ଦ୍ବାରା ମା ଲକ୍ଷ୍ମୀଙ୍କର ଆର୍ଶୀବାଦ ମିଳିଥାଏ  ।

ଏହା ସହ ଘରେ ସଦା ସବର୍ଦା ହସଖୁସି ଲାଗିରହିବା ସହିତ ମା ଙ୍କ କୃପାରୁ କେବେବି ଅଭାବ ଦେଖା ଦେଇ ନଥାଏ  । ମାର୍ଗଶିର ମାସର ୪ ପାଳି ଗୁରୁବାରରେ ମାଣ ବସାଯାଇଥାଏ । ଏହି ଓଷାର ଇଷ୍ଟ ଦେବୀ ହେଉଛନ୍ତି ମା ଲକ୍ଷ୍ମୀ । ଏହି ଓଷାର ଅନେକ ମହତ୍ତ୍ବ ରହିଛି । ଲୋକଙ୍କ ବିଶ୍ବାସ ରହିଛି ଯେ ରୀତିନୀତି ଅନୁସାରେ ଏହି ଓଷା ପାଳନ କରିବା ଦ୍ବାରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ସମସ୍ତ ମନସ୍କାମନା ପୂରଣ କରିବେ ।

Leave A Reply

Your email address will not be published.