ସମ୍ବଲପୁର: ସମ୍ବଲପୁରରେ ବହୁ ଚର୍ଚ୍ଚିତ ମଣପ୍ପୁରମ ଅଫିସ୍ ସୁନା ଓ ଟଙ୍କା ଡକାୟତି ଘଟଣା । ବଡ ସୂଚନା ଦେଲୋ ପୋଲିସ । ମାଷ୍ଟରମାଇଣ୍ଡ ପଲ୍ଲୁ ସିଂ ଜେଲ ଭିତରେ ଥାଇ ବି ନିଜର ଗ୍ୟାଙ୍ଗ ଦ୍ୱାରା କରାଉଥିଲା ଡକାୟତୀ। ତାକୁ ରିମାଣ୍ଡ ରେ ଆଣିବା ପାଇଁ ସମ୍ବଲପୁର ପୋଲିସର ଗୋଟିଏ ଟିମ ବିହାର ଯାଇଛି ବୋଲି ସୂଚନା ମିଳିଛି ।
ବହୁଚର୍ଚ୍ଚିତ ସମ୍ବଲପୁର ମଣପ୍ପୁରମ୍ ଅଫିସରୁ ଲୁଟ୍ ମାମଲାରେ ଧିରେ ଧିରେ ଗୁମର ଫୁଟୁଛି। ପଲ୍ଲୁ ସିଂ ଏବେ ପାଟନାର ବେହୁର ସେଣ୍ଟ୍ରାଲ ଜେଲରେ ରହିଛି। କିଛି ଦିନ ତଳେ ସମ୍ବଲପୁର ମଣପ୍ପୁରମ ଅଫିସ୍ ସୁନା ଓ ଟଙ୍କା ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ପଲ୍ଲୁ ସିଂ ବୋଲି ଜାଣିବାକୁ ପାଇଥିଲା ପୋଲିସ । ପଲ୍ଲୁ ସିଂ ଏବେ ପାଟନାର ବେହୁର ସେଣ୍ଟ୍ରାଲ ଜେଲରେ ରହିଛି। ସେପଟେ ତାର ଅନ୍ୟଜଣେ ସହଯୋଗୀ ସୁବୋଧ ସିଂ କୋଲକାତାର ପ୍ରେସିଡେନ୍ସି ଜେଲରେ ଅଛି। ଜେଲ ଭିତରେ ଥାଇ ବି ଦୁହେଁ ଦେଶର ବିଭିନ୍ନ ସ୍ଥାନରେ ଅନୁରୂପ ଢଙ୍ଗରେ ସୁନା ଓ ଟଙ୍କା ଲୁଟ୍ କରୁଥିଲେ। ପାଟନାର ଅତିରିକ୍ତ ସେସନ୍ସ କୋର୍ଟରୁ ମିଳିଥିବା ରିମାଣ୍ଡ ଅନୁମତି ଆଧାରରେ ପୋଲିସ ପଲ୍ଲୁ ସିଂଙ୍କୁ ୧୦ ଦିନିଆ ରିମାଣ୍ଡରେ ଆଣୁଛି। ସେଥିପାଇଁ ସମ୍ବଲପୁର ପୋଲିସର ତଦନ୍ତକାରୀ ଅଧିକାରୀଙ୍କ ସମେତ ୮ ଜଣ ପାଟନା ଯାଇଛନ୍ତି।
ସୂଚନାଯୋଗ୍ୟ, ବୁଢ଼ାରଜାସ୍ଥିତ ମଣପ୍ପୁରମ୍ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅଇଁଠାପାଲି ଥାନା ପୋଲିସ। ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବିହାର ହାଜିପୁରର ପଙ୍କଜ ପାଶୱାନ ଏବଂ ଅନ୍ୟ ଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଅଜୟ ପାଶୱାନ । ଉଭୟଙ୍କୁ ସମ୍ବଲପୁର ଠେଲକୁଲି ଅଞ୍ଚଳରୁ ଗିରଫ କରାଯାଇଥିଲା । ସେପଟେ ବର୍ତ୍ତମାନ ସୁଦ୍ଧା ଲୁଟ୍ ହୋଇଥିବା ୨୮ରୁ ଅଧିକ କେଜି ସୁନା ଏବଂ ନଗଦ ୪.୮୧ ଲକ୍ଷ ଟଙ୍କା ଉଦ୍ଧାର କରାଯାଇପାରି ନାହିଁ। ଏହି ଗ୍ୟାଙ୍ଗ୍ର ମୁଖ୍ୟ ଅଭିଯୁକ୍ତ ଉତ୍ତମ ଓ ସଞ୍ଜୟ ସହିତ ୬ ଜଣ ଫେରାର ଅଛନ୍ତି।
Comments are closed.